ଶାରଦେ ବର ଦେ
ଶାରଦେ ବର ଦେ
ଶାରଦେ ବରଦେ ବିଦ୍ୟାଦାତ୍ରୀ ବୋଲି
ମାଗୁଛି ଆଜି ମୁଁ ତୋତେ
ଆଜ୍ଞାନ ର ଅନ୍ଧକାର କର ଦୂର
କରୁଣା କର ଗୋ ମାତେ ।।
କାହିଁ କେତେ ମାନୀ ଯେତେ ଅଭିମାନୀ
ଥାଉ କି ନଥାଉ ଗୁଣ
ନିଜ ଗୁଣ ନିଜେ ବଖାଣି ବସନ୍ତି
ମେଳାମେଳା ଜ୍ଞାନୀ ଜନ ।।
ନିଜ ହାତେ ନିଜେ ଚଉଦ ପା ସାଜି
ବେପାରୀ ସାଜି ଅଛନ୍ତି
ଶିକ୍ଷା ହେଉ ଅବା ସାହିତ୍ୟ ସମାଜେ
ବେଉସା ଜମେଇଛନ୍ତି।।
ଦିନ ପ୍ରତିଦିନ ଶିକ୍ଷା ସାହିତ୍ୟର
ମାନ କମି କମି ଯାଏ
ମାତ୍ର ଅବଦାନ ନାମେ ଆମଦାନି
ଆକାଶକୁ ଛୁଉଁ ଥାଏ।।
ଡିଗ୍ରୀ ଡିପ୍ଲୋମାର ନାନା ମାନପତ୍ର
ଉପାଧି ଶିରପ
ା ତଳେ
ସାହିତ୍ୟ ସଂସ୍କୃତି ଶିକ୍ଷା ଦୀକ୍ଷା ଆଜି
ପହଂଚିଛି ରସାତଳେ।।
ଅପାଠୁଆ ମନ୍ତ୍ରୀ ରାଜଗାଦି ପରେ
ଯନ୍ତ୍ରୀ କୁ ନମିଳେ କାମ
କୋଚିଂ ସେଣ୍ଟର ପଇସା ଛାଣୁଛି
ବିଦ୍ୟାଳୟ ହୀନିମାନ।।
ପ୍ରାଇଭେଟ ସ୍କୁଲ ବଡ଼ ନାଆଁ କରା
ଚଢ଼ା ବଢ଼ା ଫିଇସ
ଦଶ ହଜାରିଆ ସ୍ମାଆର୍ଟ ମାଷ୍ଟର
ପଢ଼ାଉଛି ଫିଜିକିସି।।
ଆରକ୍ଷଣ ନିଏ ପ୍ରତିଭାର ପ୍ରାଣ
ଅଯୋଗା ହାତରେ ଲଡୁ
ଅନାରକ୍ଷିତ ଟି ଅରକ୍ଷିତ ଆଜି
ବୁଢ଼ା ହେଲା ପଢ଼ୁପଢ଼ୁ ।।
ଦେଖି ଦେଖି ଖାଲି ବଜାଉଛୁ ବୀଣା
ବଣା ହେଲାଣି ସଂସାର
ନେଡି ଗୁଡ଼ ଯାଇ ଛୁଇଁଲା କହୁଣୀ
ଏବେ ତ ଉପାୟ କର ।।