ଶାନ୍ତି
ଶାନ୍ତି
ଶାନ୍ତି ର ଦୂତ ଶ୍ରୀରାମ, କୃଷ୍ଣ
ଶାନ୍ତି ର ଦୂତ ବୁଦ୍ଧ
ଦୟା,କ୍ଷମା,ମାୟା,ସ୍ନେହେ,ପ୍ରେମେ,ଧର୍ମେ
ଭାତଚ ହେଲା ଉଦ୍ବୁଦ୍ଧ ।।
ନୀତି, ଅନୀତି ର ଉର୍ଦ୍ଧେ ଜୀବନ
ଆଲୋକ ରଶ୍ମୀ ରେଖା
ସମାଜ ଗଠନେ ଶତ୍ୟ, ଶାନ୍ତି ସେ ଯେ
କାହା ବନ୍ଧୁ କାହା ସଖା ।।
ବୈଦିକ ଯୁଗରୁ ଋଷି, ମହର୍ଷି
ଓଁ ଶାନ୍ତିଃ ଓଁ ଶାନ୍ତିଃ
ବେଦେ ସନ୍ନିହିତ ଏ ଶାନ୍ତି ମନ୍ତ୍ରେ
ସର୍ବେ ସତ୍ୟ ଆଚରନ୍ତି ।।
ଶାନ୍ତି ର ମିତ୍ର ଅହିଂସା,ସତ୍ୟ
ମନ୍ତ୍ର ରେ ଜାତି ପିତା
ଭାରତ ମାଟିରେ ଉଡଇ ଜାତୀୟ
ତ୍ରିରଙ୍ଗା ଶାନ୍ତି ଧ୍ଵଜା ।।
ଶାନ୍ତି ର ଦୂତ ଲାଲ ବାହାଦୁର
ଜବାନ୍ ଜୟ କିଶାନ୍
ମନ୍ତ୍ରେ ଦିକ୍ଷୀତ ଏ ମାଟି ସନ୍ତାନ
ହୋଇଗଲେ ମହିୟାନ ।।
ଶାନ୍ତି ଅମୃତ ଶାନ୍ତି ସରଗ
ବିଶ୍ଵ ର ଶକ୍ତି ଶାନ୍ତି
ବିଶ୍ଵେ ମଧୁମୟ ହୁଅଇ ଜୀବନ
ବିରାଜିଲେ ଶାନ୍ତି, ମୈତ୍ରୀ ।।