ଶାନ୍ତି ମିଳୁ ଜୀବନେ
ଶାନ୍ତି ମିଳୁ ଜୀବନେ
ଶାନ୍ତି ଜୀବନରେ ନ ମିଳିଲା ଦିନେ
ହେଲା ମୋ ସତୁରୀ ବର୍ଷ
ଗୃହର ଜଞ୍ଜାଳେ ଘାଣ୍ଟି ହେଉ ଅଛି
ଜୀବନେ ନାହିଁଁରେ ହର୍ଷ ।
ସବୁତ ଜାଣିଛୁ ତୁହିରେ କାଳିଆ
କିଅବା କହିବି ମୁହିଁ
ଏ ଜୀବନ ତୋର ଭାଗ୍ୟ ଲେଖିଅଛୁ
କିଛି କହିବାର ନାହିଁ ।
ତଥାପି ହେ ପ୍ରଭୁ ଧର୍ଯ୍ୟ ଧରି ଅଛି
ମନୁଷ୍ୟ କର୍ତ୍ତବ୍ୟ ଚାହିଁ
ରହି ସତ୍ୟମାର୍ଗେ କର୍ମ କରୁ ଅଛି
ମୁଁ ଅଧର୍ମ କରି ନାହିଁ ।
ଜୀବନରେ କଷ୍ଟ ଦେଇ ନାହିଁ କାର
କହିନି କଟୁ ବଚନ
ଜନତା ସେବାରେ ଅଛି ନିରନ୍ତର
ଦେଖୁଛି ଚକାନୟନ ।
ଦିଅ ଶାନ୍ତି କିଛି ବୃଦ୍ଧ ବୟସରେ
ଦେଖୁ ଅଛ ପ୍ରଭୁ ନେତ୍ରେ
ନ ଦେଲେ ନାହିଁ ଟି କର୍ମ କରୁ ଥିବି
ପ୍ରାଣ ଥିବା ଯାଏ କ୍ଷେତ୍ରେ ।
ଏ ଜୀବନ ତୋର ଦେଇଛୁ ଅନନ୍ତ
କର୍ମ କରିବାର ପାଇଁ
କରୁ ଅଛି କାର୍ଯ୍ୟ କର୍ତ୍ତବ୍ୟରେ ରହି
କେବେ ମୁଁ ଭୁଲିବି ନାହିଁ ।
ଶାସ୍ତ୍ର ରୁ ଜାଣିଛି ମାନବ ଜନମ
ଦୁର୍ଲ୍ଲଭ ଅଟେ ହେ ପରା
କର୍ତ୍ତବ୍ୟ ପଥରେ ଅଛି ମୁଁ ସର୍ବଦା
ରହୁ ଭକ୍ତି ପଦେ ସାରା ।
ମୃତ୍ୟୁର ଶଯ୍ୟାରେ ତୁଣ୍ଡେ ଗୁଞ୍ଜୁ ପ୍ରଭୁ
କାଳିଆ କାଳିଆ ନାମ
ନେତ୍ରେ ଆଙ୍କି ଥାଉ ଚକାନୟନ ଟି
ଏହୁ ଅଭିଳାଷ ମମ ।