Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

କପିଳାସ

କପିଳାସ

2 mins
296



ଢେଙ୍କାନାଳ ଜିଲ୍ଳା ପ୍ରସିଦ୍ଧ ଠାକୁର

   ପ୍ରଭୁ ଶ୍ରୀଚନ୍ଦ୍ରଶେଖର

ତପେ ଅବା କୋପେ ବର ଦେଇଥାନ୍ତି

   ସେ ପ୍ରଭୁ ଭୋଳା ଶଙ୍କର ।


କପିଳାସ ଗିରି ସୌନ୍ଦର୍ଯ୍ଯ ଉପମା

    ଆଖି ଯାଇ ଥାଏ ଲାଖି

ଚୋଡଗଙ୍ଗଙ୍କର ଅକ୍ଷୟ ଏ କୀର୍ତ୍ତି 

    ରହିଅଛି ମୂକ ସାକ୍ଷୀ ।


ତେର ଶହ ବାଉନ ପାହାଚକୁ ଚଢି

    ଭକ୍ତ କରନ୍ତି ଦର୍ଶନ 

କଞ୍ଚା କ୍ଷୀର ପଞ୍ଚାକ୍ଷରୀ ମନ୍ତ୍ରୀ ଜପି

   ଭକ୍ତ ପୂଜେ ତ୍ରିଲୋଚନ ।


ହିମାଳୟ ଗିରିର ଏକ ଅଂଶ ଏଇ

    କପିଳାସ କୁହାଯାଏ 

ଏଇ କପିଳାସ ଶିବ ବାସସ୍ଥାନ 

    କିମ୍ବଦନ୍ତୀ କହୁ ଥାଏ ।


ପାତିମାଙ୍କଡଙ୍କ ପାଦୁର୍ଭାବ ବେଶୀ

   କପିଳାସେ ହେଇଥାଏ 

ଏଇ ଆଶୀର୍ବାଦ ସେତୁବନ୍ଧ ବେଳେ

    ପାଇଥିଲେ ପରା ସିଏ ।


ଚନ୍ଦ୍ରଶେଖରଙ୍କ ପାଇଁ କପିଳାସ 

     ଗିରି ଶୋଭା ପାଉଅଛି

ଝର ଝର ହେଇ ଚିର ନିର୍ଝରିଣୀ 

     କି ସୁନ୍ଦର ଝରୁ ଅଛି ।


ଚନ୍ଦ୍ରଶେଖରଙ୍କକୁ ଅତିକ୍ରମ କରି 

     ଉପରକୁ ଚଢି ଗଲେ

ବିଷ୍ଣୁ ନଖ କୋଣୁ ପବିତ୍ର ପାବନି

     ଗଙ୍ଗାଙ୍କ ଦର୍ଶନ ମିଳେ ।


ଧୋଇ ଦେଉଥାନ୍ତୁ ବିଷ୍ଣୁଙ୍କ ପାଦକୁ

    ପୂଣ୍ୟତୋୟା ଗଙ୍ଗା ମାତା

ଦିବା ନିଶି ସଦା ବହି ଚାଲି ଥାନ୍ତି 

    ଦେଖନ୍ତି ଶୂନ୍ୟେ ବିଧାତା ।


କପିଳାସ ଗିରି ମଧ୍ୟରେ ରହିଛି

     ସୀତାଙ୍କ ଏନ୍ତୁଡିଶାଳ

ବାଲ୍ଭୀକି ଋଷିଙ୍କ ଆଶ୍ରମ ଇଏତ

    ଲବ କୁଶ ଜନ୍ମ ସ୍ଥଳ ।


ଏବେବି ସେଠାରେ ପୋଡୁଖୁଣ୍ଟା ସାଥେ

     ରହିଛି ଭସ୍ମ ପାଉଁଶ

ଭକ୍ତମାନେ ଯାଇ କରନ୍ତି ଦର୍ଶନ 

    ଲଭନ୍ତି ଆତ୍ମ ସନ୍ତୋଷ ।


ରାମାୟଣ ଗାଥା ଆଲୋଚନା କରି 

     ବସିଥାନ୍ତି ପାଶେ ତାର

ପ୍ରଣିପାତ କରି କହନ୍ତି ଏ ଥିଲେ

    ଦିନେ ଦସ୍ୟୁ ରତ୍ନାକର ।


କେତେ ପୁଣ୍ୟ ପ୍ରଭୁ ଦେଲେ ତାଙ୍କ ଭାଗ୍ୟେ

     ରାମାୟଣ ଲେଖିଗଲେ

ସୀତା ମାତାଙ୍କୁ ସେ ଆଶ୍ରୟ ଦେଇଣ

     ଲବ କୁଶଙ୍କୁ ପାଳିଲେ ।


ସେଇ ସ୍ଥାନ ଅଟେ କେତେ ପୁଣ୍ୟମୟ 

      ପାପ ହୁଅଇ ବିନାଶ

ଧନ୍ୟ ଏଇ ଅଟେ ଶିବ ବାସସ୍ଥାନ 

     ଧନ୍ୟ ଗିରି କପିଳାସ ।


ସେଠୁ କିଛି ଦୂର ଗଲା ପରେ ପୁଣି

     ଦେବ ସଭା ଆସି ଥାଏ

ଘଞ୍ଚ ଜଙ୍ଗଲରେ ରାତିର ଅଧରେ

     ଦେବ ସଭା ସେଠି ହୁଏ ।


ପଥର ଖଣ୍ଡ ଯେ ପଡି ରହି ଥାଏ

     ଭକ୍ତ ଦର୍ଶନ କରନ୍ତି 

ଦେବ ସଭା ଦେଖି ପ୍ରଣିପାତ କରି

     ସେ ସ୍ଥାନୁ ଫେରି ଆସନ୍ତି ।


ବିଷ୍ଣୁ ଗଙ୍ଗାଙ୍କୁ ସେ କରି ଅତିକ୍ରମ 

      ଉପରକୁ ଯାଇ ଥାନ୍ତି 

ଦେବ ଦେବ ମହାଦେବଙ୍କ ପ୍ରସାଦ

       ସେ ସ୍ଥାନୁ ଆଣି ଖାଆନ୍ତି ।


ରହିବା ବ୍ୟବସ୍ଥା ଅଛି କପିଳାସେ

       ଭକ୍ତମାନେ ରହିଥାନ୍ତି 

ଡେକିଚି କଡେଇ ସରଞ୍ଜାମ ନେଇ

      ଆନନ୍ଦେ ରାନ୍ଧି ଖାଆନ୍ତି ।


ଶ୍ରାବଣ ଆସିଲେ ବୋଲବମ ଆସେ

      ଭକତଙ୍କ ସୁଅ ଛୁଟେ

କାଉରୀବାଲାଙ୍କ ଭିଡ ଜମି ଥାଏ

      ସ୍ରୋତସ୍ବନୀ ଛଳ ଘାଟେ ।


ତୋର ଶହ ବାଉନ ପାହାଚକୁ ଚଢି

      ଶିବ ଲିଙ୍ଗେ ଜଳ ଦ୍ୟନ୍ତି 

ଭକତି ଭାବରେ ପଞ୍ଚକ୍ଷରୀ ଜପି

      ଚନ୍ଦ୍ରଶେଖର ପୂଜନ୍ତି ।


କିଏ କିଏ ପୁଣି ବାର ବାଙ୍କେ ଯାଇ

      ଶିବ ଦର୍ଶନ କରନ୍ତି 

ଗାଡି ମଟରରେ ଯାଇ ବାରବାଙ୍କେ

    ସହଜେ ଫେରି ଆସନ୍ତି ।


ଫଗୁଣ ମାସରେ ଜାଗର ରାତିରେ

     ଜାଗର ଜାଳନ୍ତି ବସି

ଭକତ ମନରେ ଆନନ୍ଦ ଉଲ୍ଲାସ 

    ଓଠେ ଭରି ଥାଏ ଖୁସି ।


ବାରମାସ ଯାକ ଏଇ କପିଳାସ

    ଭିଡ ସଦା ଜମିଥାଏ

କେତେ କେତେ ଦୂରୁ ଆସନ୍ତି ଭକତେ

    କଳନା ନା କରି ହୁଏ ।


ହିମାଳୟ ସିନା ଯାଇ ତ ହୁଏ ନି

   କପିଳାସ ଆସିଥାନ୍ତି 

ଦେବ ତୀର୍ଥ ଭୂମି ମର୍ତ୍ତ୍ୟ ଗଙ୍ଗା, ବିଷ୍ଣୁ 

    ପାଦ ଦର୍ଶନ କରନ୍ତି ।   


ଏଇ କପିଳାସ ଔଷଧର ଖଣି

     ଔଷଧ ବାଟିକା ଇଏ

ଚିହ୍ନି ପାରେ ଯାଏ ନେଇ ଥାଏ ସିଏ

   ଆରୋଗ୍ଯ ବି ହେଇଥାଏ ।


ଚନ୍ଦ୍ରଶେଖରଙ୍କ ନାମ କରଣର

   ରହି ଅଛି ଏକ ଗାଥା

ଦେବ ରାକ୍ଷାସଙ୍କ ସମୁଦ୍ର ମନ୍ଥନେ

    ହଳାହଳ ବିଷ କଥା ।


ଜଗତ ମଙ୍ଗଳ କଲ୍ୟାଣର ପାଇଁ 

    ଶିବ ବିଷ ପାନ କଲେ

ବିଷର ଜ୍ବାଳାରୁ ଉଦ୍ଧାର ନିମନ୍ତେ

    ଚନ୍ଦ୍ର ମସ୍ତକେ ରହିଲେ ।


ଚନ୍ଦ୍ରଶେଖରର ନାମକୁ ବହିଣ 

   ରହିଲେ ସେ କପିଳାସ 

ଏଇ କପିଳାସ ନୀରବ ନିଶ୍ଚଳ 

    ଲଭିଲେ ଆତ୍ମ ସନ୍ତୋଷ ।


ରକ୍ଷା କରୁଥାନ୍ତୁ ଭକତଙ୍କୁ ପ୍ରଭୁ

     ଭକତ ତଙ୍କ ଜୀବନ 

ଭକତର ପାଇଁ କଇଳାସ ଛାଡି

   କପିଳାସେ ବାସସ୍ଥାନ ।


ଢେଙ୍କାନାଳ ଜିଲ୍ଳା ଗର୍ବ ଓ ଗୌରବ

    ଏଇ କପିଳାସ ଗିରି

ପ୍ରକୃତି ସୌନ୍ଦର୍ଯ୍ଯ ସୁଷମାରେ ଭରା

    ତାର ଅପରୂପ ଶିରୀ ।


Rate this content
Log in

Similar oriya poem from Abstract