STORYMIRROR

Salila Sarangi

Inspirational

3  

Salila Sarangi

Inspirational

ଶାନ୍ତି ମୈତ୍ରୀ ର ସଙ୍ଗୀତ ଗାଏ ମୋ

ଶାନ୍ତି ମୈତ୍ରୀ ର ସଙ୍ଗୀତ ଗାଏ ମୋ

1 min
194



ଶାନ୍ତି ମୈତ୍ରୀ ପ୍ରୀତି ଜାତୀୟ ସଙ୍ଗୀତ

 ଗାଏ ମୋ ଦେଶ ଭାରତ 

ଏକତା ସୂତ୍ରରେ ସଭିଙ୍କୁ ବାନ୍ଧେ ସେ

   ପରିଚୟ ତା ସ୍ବତନ୍ତ୍ର।


ଯାଇଛି ସେ ଦିନ ରଖି ଦେଇ ଚିହ୍ନ

   ଗୋରା ସିପାହୀ ଶାସନ 

ଅମାନୁଷିକ ସେ ବର୍ବରତା କାର୍ଯ୍ୟ

 ‌ ଜୀବନ ସଙ୍କଟାପନ୍ନ।


ଅନ୍ୟାୟ ଅନୀତି ସହି ସହି ନିତି

  ଛାତିକୁ ପଥର କରି

ପ୍ରତିବାଦ ସ୍ୱର ବାହାରୁ ନ ଥିଲା

  ଭୟରେ ଯେ ଥରି ଥରି।


ସାଜି ତୁଙ୍ଗ ନେତା ସେ ଜାତିର ପିତା

   ଅଗ୍ରଣୀ ଭୂମିକା ନେଇ

ଅହିଂସା ମାର୍ଗରେ ଆନ୍ଦୋଳନ କଲେ

    ଇଂରେଜ ତଡିବା ପାଇଁ।


ପଣ୍ଡିତ ନେହେରୁ ସର୍ଦ୍ଦାର ପଟେଲ

   ନେତାଜୀ ସୁବାଷ ବୋଷ

ମୁକ୍ତି ସଂଗ୍ରାମରେ ଅବତୀର୍ଣ୍ଣ ହେଲେ

   ଆନ୍ଦୋଳନେ ଦେଇ ଝାସ।


<

p>ଅସହଯୋଗ ଓ ସତ୍ୟାଗ୍ରହ ପୁଣି

  ଭାରତ ଛାଡ଼ ଆନ୍ଦୋଳନ

ସ୍ଵଦେଶୀ ଦ୍ରବ୍ୟ କୁ ଆପଣାଇବାକୁ

   ଥିଲା ତାଙ୍କର ଆହ୍ଵାନ।


କେତେ କେତେ ରଥୀ ଟଳି ପଡିଛନ୍ତି

   ଦେଖାଇ ନିଜର ଛାତି

ହାରି ଯାଇନାହିଁ ପଛ ଘୁଂଚା ଦେଇ

   ନିଜ ସ୍ବାଭିମାନ ତେଜି।


ସନ ଉଣେଇଶ ଷଡଚାଳିଶି ଅଗଷ୍ଟ ପନ୍ଦର

   ଭାରତ ସ୍ଵାଧୀନ ହେଲା

ଶାନ୍ତି, ମୈତ୍ରୀ,ପ୍ରୀତି ବାରତା ଦେଇଣ

    ରାଷ୍ଟ୍ରୀୟ ଧ୍ଵଜା ଉଡିଲା।


ଛଅସ୍ତରୀ ତମ ସ୍ଵାଧୀନ ଦିବସ

 ସର୍ଵେ ଆଜି ପାଳୁଛନ୍ତି 

ଜାତି ଧର୍ମ ବର୍ଣ୍ଣ ଭେଦଭାବ ଭୁଲି

 ‌‌ ଗରଵେ ଫୁଲାଇ ଛାତି।


ଦେଶ ପ୍ରେମେ ମାତି ଗାଅ ଜୟ ଗୀତି

   ଟେକ ରଖି ତ୍ରୀରଙ୍ଗାର

ଚିର ପ୍ରସଵିନୀ ଭାରତ ଜନନୀ

   ନମଇ ତାର ପୟର।

    


Rate this content
Log in

Similar oriya poem from Inspirational