STORYMIRROR

Debjani Sathua

Comedy

3  

Debjani Sathua

Comedy

ଶାଳୀ ଉପଯୋଗୀତା

ଶାଳୀ ଉପଯୋଗୀତା

1 min
408

ଚାଲିଛି ବଡ ଧୂମଧାମର ପର୍ବ ଯୋଗ୍ୟ ବର ଖୋଜା 

ବଛାବଛିରେ କଟିଗଲେ ଥୋଡେ ଡେଙ୍ଗା ଗେଡା କୁଜା।


ଜେମାଦେଇପୁର ଜମିଦାର ଅଲିଅଳି ମଧୁମତୀ 

ଯୋଗ୍ୟ ପାତ୍ରବଛା ଗରମ ପାଗର ହେଉନି ଇତି ।


କନ୍ୟା ପିତାମାତାଙ୍କ ଭାରି ଅସ୍ତବ୍ୟସ୍ତ ସ୍ଥିତି  

ଏ ସନ ବାହାତିଥି ଶେଷ କହନ୍ତି ନାହକ ମଧ୍ୟସ୍ଥି ।


ଦଉଛି କଷ୍ଟ ବର ବଛାଟା  ଦ୍ଵନ୍ଦ୍ୱେ ଛନ୍ଦି ମଧୁମତୀ 

ନହୋଇ ପାରିଲା କନିଷ୍ଠ ଭଗ୍ନିଦ୍ୱୟଙ୍କର ଯେ ଉପସ୍ଥିତି ।


ବମ୍ବେରେ ଦୁହିଁଙ୍କ ପରୀକ୍ଷାକାଳରେ ବିଷମ ଯେ ଭୀତି। 

ଅଜଣା ରହିଛି ସଂକଟ କାଳେ ଦିଦି ମଧୁମତୀ। 


ମାତାଙ୍କ ଚାପେ ହେଲା ବନ୍ଦ ଦ୍ଵନ୍ଦ ବୋତଲ ଠିପି  

ଯୋଗ୍ୟବର ନିରୋଦବାବୁ ପ୍ରଫେସର୍ ଇନ୍ ଫିଲୋସୋଫି।


ହେଲା ତ୍ୱରିତେ ମହାଆଡମ୍ବର ବିବାହ କାର୍ଯ୍ୟ ଶେଷ  

ସହିବାକୁ ଅଛି ବାକି ବମ୍ବେ ଫେରନ୍ତା ଦୁହିତାଙ୍କ ରୋଷ।


ଅନେକ ଗୋଳ ସହ ବୁଝାଇଲେ କୌଣସି ମତେ  

ମାନିଗଲେ ଦୁହେଁ ଜୋଇଁ ଡାକରା ପର୍ବ ଆୟୋଜିତେ।


ପାଇଲା ଶାଳୀଙ୍କ ମନକୁ ଭିଣୋଇ ଗାରିମା ଓ ଠାଣି।


ନାଟକୀୟ ଢଙ୍ଗେ କହନ୍ତି ମଧୁ ଦିଦିକୁ ବଖାଣି ।


" ସବୁ ଅଛି ନାହିଁ ଖାଲି ଟିକେ ସ୍ମାର୍ଟଫେସନ୍  

ମଲ୍ ନେଇ ଥରେ କରିଦେବା ମଡର୍ଣ୍ଣାଇଜେସନ୍ ।" 


ସୁନି ବିନି ନେଲେ ଭାର ଜୋଇଁ ଡାକରା ଖରିଦାରି  

ଫିଟିଲାନି ପାଟି ଜୋଇଁବାବୁଙ୍କ ଶାଳୀଙ୍କ ଦେଖି ଦାଦାଗିରି।


ଚମକିଲେ ମଧୁମତୀ ଦେଖି ପତିଦେବଙ୍କର ବେଶଭୂଷା  

 ବମ୍ବେୟା ଫେସନ୍ ଏ ଯେ ପଚାଶ ହଜାରର ବେଉସା।


ଅର୍ଦ୍ଧେକ ସୁନେଲି କେଶକୁ କଲି ନିଶର ପୂର୍ଣ୍ଣତଃ ହତ୍ୟା ; 

ନାଲିଆ ସାର୍ଟ ନେଳିଆ ପ୍ୟାଣ୍ଟକୁ ପାଦେ ମୁନିଆଁ ଜୋତା ।


ହଜମ କରୁ କରୁ ସମସ୍ତେ ଜୋଇଁର ନ୍ୟୁ ସ୍ମାର୍ଟ ଲୁକ୍  

ଜ୍ୱାଇଁ ଡାକରା ପର୍ବେ ହଜିଗଲା ଫିଲୋସୋଫି ବୁକ୍। 


ବିଦାୟ ନେଇ ଶ୍ୱଶୁରାଳୟ ବାବୁ ପହଞ୍ଚିଲେ କର୍ମସ୍ଥଳି  

ପ୍ରବେଶନ୍ତେ କଲେଜରେ ପ୍ରିନସପାଲ ହେଲେ ବିଳିବିଳି !


"ତେଜ ତୁରନ୍ତ ଏ ରଙ୍ଗୀନ ବେଶ ନଚେତ୍ ହେବ ବଦଳି 

  ରହିଯାଅ ଘରେ ଛୁଟିରେ ମାସେ କବାଟ କିଳି।" 


 ବାହାରି ଗଲା ଅଜାଣତେ...

 ଧନ୍ୟ ଧନ୍ୟ ହେ ବମ୍ବେ ଫେରନ୍ତା ଶାଳୀ।

          ବମ୍ବେ ଫେରନ୍ତା ଶାଳୀ ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy