STORYMIRROR

Gobind chandra Pradhan

Inspirational

3  

Gobind chandra Pradhan

Inspirational

ଶାଇରାମ

ଶାଇରାମ

1 min
170



 ହେ ସାଇ ରାମ ତମେ ପରଂବ୍ରହ୍ମ 

    ଅନ୍ତରେ ରହିଛ ମୋର

 ତୁମ ଶ୍ରୀ ଚରଣେ ପଶୁଛି ଶରଣେ 

   ପ୍ରଣତି ଘେନ ମୋହର ।।


 ଜାଣେ ନାହିଁ ମନ୍ତ୍ର ପୂଜା ଆରାଧନା 

     ଜାଣେନା ବିଧି ବିଧାନ

 ଏମନ ମନ୍ଦିରେ ତମକୁ ରଖିଛି

    ତୁମେ ପ୍ରଭୁ ମୋର ମାନ।।


  ମାନବ ରୂପରେ ଧରଣୀ ପୃଷ୍ଠରେ 

     ଅବତୀର୍ଣ୍ଣ ହୋଇ ସାଇ

 ସତ୍ୟର ପଥରେ ଧର୍ମର ମାର୍ଗ ରେ

     ପଥ ପଦଶର୍କ ହୋଇ ।।


 ଅନ୍ତର ର ଭାବ ଜାଣ ତୁମେ ବାବା

 

    ତୁମେ ପ୍ରଭୁ ଅନ୍ତର୍ଯ୍ୟାମୀ 

  ଭକ୍ତର କଷଣ କରୁଛ ହରଣ 

     ସମର୍ପଣ ଭାବ ଜାଣି ।।

      

  ତୋ ଚରଣେ ବାବା ପଶୁଛି ଶରଣ 

    ଏ ସଂସାର ଦୁଃଖ ପଥ 

  ଏ ଭବ ସାଗରୁ ପାରିକରି ଦିଅ 

    ହେ ମୋ,ଦୀନଜନ ନାଥ ।।


 ହେ ସାଇ ରାମ ତମେ ପରଂବ୍ରହ୍ମ 

     ଅନ୍ତରେ ରହିଛ ମୋର 

 ତୁମ ଶ୍ରୀ ଚରଣେ ପଶୁଛି ଶରଣେ 

     ପ୍ରଣତି ଘେନ ମୋହର ।।

  


Rate this content
Log in

Similar oriya poem from Inspirational