ଆଶ୍ରୟ
ଆଶ୍ରୟ
ଆଶ୍ରୟ ଦେଇଛ ଆତ୍ମୀୟ ହୋଇଛ
ସହି ନିନ୍ଦା ଅପବାଦ
ସଂସାର ତାଡନା ଅସହ୍ୟ ବେଦନା
ତଥାପି ବଢ଼ାଇ ପାଦ ।୧।
କଣ୍ଟକିତ ପଥ ଦୁଃସାଧ୍ୟ ରଥ
ବାଟ ଅଛି ବହୁ ଦୂର
ସ୍ୱଜନ ବଇରୀ ନୁହଁ କେ କାହାରି
କରି ଦିଅନ୍ତି ସେ ପର ।୨।
ନୟନ ଲୋତକ ମନେ ପୂଲ୍ଲକିତ
ସାଜି ତମେ ନୀଳକଣ୍ଠ
ଅକୁଣ୍ଠ ଚିତରେ ହରସ ମନରେ
ଅଶ୍ରା ଦେଇଛ ବୈକୁଣ୍ଠ ।୩।
ଅଲୋଡ଼ା ନଅର ସମ୍ପଦ କି ଘର
ଗୋଡ଼ରେ ଏଡେଇ ଦେଲ
ଆଶ୍ରୟ ଦେଇଛ ଆତ୍ମିୟ ହୋଇଛ
ପରକୁ ନିଜର କଲ ।୪।
ଭୁଲି ଧୂଳି ଖେଳ ସାଙ୍ଗ ସାଥି ମେଳ
ଛାଡ଼ି ଜନନୀର କୋଳ
ନିଜର କରିଲ ହୃଦେ ଜାଗା ଦେଲ
ପାଶେ ଥିଲେ ତୁମେ ବଳ।୫।
ମହା ଦ୍ରୁମ ପରି ସ୍ମୃତି ସାଥେ ଧରି
ତିଷ୍ଠି ଗଲ କରି ରଣ
ପ୍ରଳୟ ଜୁଆର ଦାଉ ସଂସାର ର
ଅକ୍ଷୁର୍ଣ୍ଣ ପ୍ରିତି କିରଣ ।୬।
ଆଶ୍ରୟ ଦେଇଛ ଆତ୍ମୀୟ ହେଇଛ
ସହି ନିନ୍ଦା ଅପବାଦ
ସଂସାର ତାଡନା ଅସହ୍ୟ ବେଦନା
ତଥାପି ବଢାଏ ପାଦ।୭।
.... ×××......

