ଅଭିମାନ
ଅଭିମାନ
ତମେ ରାଗିଗଲେ ଭାରି କଷ୍ଟ ହୁଏ
ଆଖିରୁ ଝରଇ ଲହୁ
ତମେ ହସିଦେଲେ ଓଠରୁ ତୁମର
ମିଠା ମିଠା ଝରେ ମହୁ।୧।
କେବେ ବୁଝିଲନି ମୋ ମନର କଥା
ଅବୁଝା ହୋଇ ରହିଲ
ଅଭିମାନ ତମେ କାହିଁକି କରୁଛ
କେବେ ବୁଝିବ କହିଲ ? ।୨।
ତମେ ଖୁସି ଥିଲେ ସରଗୁ ଝରଇ
ପ୍ରୀତିର କାକର ରେଣୁ
ଅଭିମାନ କଲେ ସୁନାମି ଆସଇ
ବୁଡ଼ାଏ ପ୍ରେମକୁ ଏଣୁ।୩।
ଦୁରଭାଷାର ତ ଉତ୍ତର ଦେଉନ
ମନର ଭାଷା କି ବୁଝିବ ?
ଚାହିଁ ବସିଛି ମୁ ତମ ମେସେଜ କୁ
କେବେମୋ ପାଖକୁ ଆସିବ ।୪।
ତମେ ରାଗିଗଲେ ଭାରି କଷ୍ଟ ହୁଏ
ଅନ୍ତରୁ ଝରଇ ଲହୁ
ତମେ ଖୁସି ହେଲେ ଓଠ ରୁ ଝରଇ
ମିଠା ମିଠା ସବୁ ମହୁ ।୫।
ଭଲ ପାଅ ବୋଲି ନିଜଠୁ ଅଧିକ
ମୋ ଉପରେ ତମେ ରାଗ
ବେଶି ରାଗ ତମ ଭଲ ଲାଗୁ ନାହିଁ
ମୋଜୀବନେ ତମେ ଆଗ ।୬।
ଏଡ଼େ ଅବୁଝା ଟେ ମୋ ସୁନା ଧନ
ଭାରି ଭଲ ପାଏ ମୋତେ
ଅଭି ମନ କଲେ ବୁଝାଏ ମୁ ବସି
ଆଲିଙ୍ଘନ କରି କେତେ ।୭।
ଗୋଟିଏ ମୁଦ୍ରା ର ଦୁଇ ପ।ର୍ଶ ପ୍ରେମ
ମୁଁ ନାଁ, ତମେ ନାଉରୀ
ସଂସାର ଜଳରେ ଯିବା ଆମେ ଭାସି
କେହି ନ ଥିବେ ବଇରୀ ।୮।
ତମେ ରାଗି ଗଲେ ଭାରି କଷ୍ଟ ହୁଏ
ଆତ୍ମା ରୁ ଉଠଇ କୋହ
ଅବୁଝା ଧନ କୁ କେତେ ବୁଝେଇବି
ତୁମ ଠାରେ ମୋର ମୋହ।୯।
ତମ ଖୁସି ପାଇଁ ସବୁତ କରିଛି
ପ୍ରେମରେ କରିନି ଉଣ।
ତଥାପି କାହିଁକି ଅଭିମାନ କର
ହେଲ କି ବାଟ ବଣ।? ।୧୦।
ଭୁଲି ରାଗ ରୁଷା ମୋ ଆଡ଼କୁ ଚାହଁ
ଆଖିରେ ଆଖି ମିଶାଇ
ଗେଲୁ ଧନ ମୋର ଛାଡ ରାଗ ରୁଶା
ପ୍ରେମରେ ଦିଅ ଭସାଇ ।୧୧।
ତମେ ରାଗି ଗଲେ ଭାରି କଷ୍ଟ ହୁଏ
ଅନ୍ତରୁ ଝରଇ ଲହୁ
ତମେ ଖୁସି ହେଲେ ଓଠରୁ ଝରଇ
ମିଠା ମିଠା ସବୁ ମହୁ
ମିଠା ମିଠା ସବୁ ମହୁ ...।୧୨।
.... ××× ....

