ଶ୍ୱେତପଦ୍ମାସନା ତୁମେ ହଂସବାହିନୀ
ଶ୍ୱେତପଦ୍ମାସନା ତୁମେ ହଂସବାହିନୀ
ବିଦ୍ୟା ଦାୟିନୀ ଭାରତୀ ଜଗତ ଜନନୀ
ଶ୍ୱେତ ପଦ୍ମାସନା ମାଗୋ ତୁ ହଂସବାହିନୀ ll
ଶ୍ୱେତ ବସ୍ତ୍ର ପରିବୃତ୍ତା ପୁସ୍ତକ ଧାରିଣୀ
ହସ୍ତରେ ସ୍ଫଟିକ ମାଳ ଶାନ୍ତି ସ୍ୱରୂପିଣୀ ll
କମଳ ଲୋଚନୀ ଦେବୀ ମହା ସରସ୍ବତୀ
ଧବଳେ ଧବଳ ପୁଷ୍ପେ ତୃପ୍ତି ଭଗବତୀ ll
ତୋହରି ସନ୍ତାନ ଆମ୍ଭେ କରୁଛୁ ଵିନତୀ
ଦୟା ରଖିଥାଅ ମାତା ଢାଳୁଛୁ ପ୍ରଣତି ll
ଆଶିଷ ଦିଅଗୋ ମାତା କରୁଛୁ ବନ୍ଦନା
ବିଦ୍ୟା ବୁଦ୍ଧି ଦିଅ ମାଗୋ ଦିଅ ମା କରୁଣା ll
ଅଜ୍ଞାନ ହଟାଇ କର ସତ୍ୟର ପ୍ରକାଶ
ଜ୍ଞାନର ପ୍ରଦୀପ ଜଳୁ ଧର୍ମର ବିଶ୍ୱାସ ll
ସପ୍ତ ସ୍ଵରେ ବାଜୁ ବୀଣା ସଭିଙ୍କ ହୃଦୟେ
ନିର୍ମଳ ସ୍ଵଭାଵ ହେଉ ସାଧୁତା ନିର୍ଭୟେ ll
କାମ କ୍ରୋଧ ମୋହ ଲୋଭ ପ୍ରକୃତି ଦାରୁଣ
ଅଂହିସା ମାର୍ଗରେ ଯାଉ ଏ କ୍ଷୁଦ୍ର ପରାଣ ll
ସଦା ସତ୍ୟ ପଥେ ରହୁ ମନ ନିରନ୍ତର
ସହାୟ ହୁଅନ୍ତୁ ଦେବୀ ବିଦ୍ୟାର ଠାକୁର ll
କରୁଛି ପ୍ରାର୍ଥନା ମାତା ଗାଉଛି ଜଣାଣ
କଣ୍ଠରେ ବିରାଜ ମୋର ଦେଇକି ଶରଣ ll
