Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Madhu mita

Abstract Classics Inspirational

3  

Madhu mita

Abstract Classics Inspirational

ସେତୁ

ସେତୁ

1 min
200



କିଛି ସେତୁ ଥାଏ ବାନ୍ଧି ଦେବାକୁ

କିଛି ଥାଏ ନଦୀ ପାର ହେବାକୁ

ବୁଝାମଣାରେ ହୁଏ ଯେଉଁ ସେତୁ

ସରସ କରେ ସେ ଜୀବନ ରାସ୍ତାକୁ ।


ଚନ୍ଦ୍ର ସୂର୍ଯ୍ୟ ସତେ ଦୁଇଟି ଦିଗ

ଏକ ବିନା ଆର ପାଏନା ମାର୍ଗ

ନଥିଲେ ବୁଝାମଣା ତାଙ୍କଠାରେ

ହୁଅନ୍ତା କି ଦଶା ଥରୁଟେ ଭାବ ।


ରାତି ଯାଆନ୍ତାନି ଦିନ ଆସନ୍ତାନି

ସକାଳ କି ସଞ୍ଜ ଜାଣି ହୁଅନ୍ତାନି

ଋତୁ ନ ବଦଳି କି ଅବସ୍ଥା ସତେ

ଜଗତ ଆଗକୁ ବଢ଼ି ପାରନ୍ତାନ୍ତି ।


ନଥିଲେ ଆପୋଷ ବୁଝାମଣାଟି

ମରଣ ଯନ୍ତାରେ ରୁହେ ପ୍ରାଣଟି

ନିଃଶ୍ୱାସ ଅପେକ୍ଷା ବିଶ୍ଵାସ ବଡ

ଏକଥା ସଦା ମନେ ହେଜଟି ।


Rate this content
Log in