ସେନେହର ଦିବ୍ୟ ଧାରା
ସେନେହର ଦିବ୍ୟ ଧାରା
ଆକାଶଠୁ ଉଚ୍ଚ ସାଗରୁ ଗଭୀର
ହୃଦୟ ଯାହାର ପରା,
ସେ ଆମ ପାଳକ,ପୋଷକ, ରକ୍ଷକ
ସେନେହର ଦିବ୍ୟ ଧାରା।
ତାଙ୍କରି ମମତା,ଅନୁଶାସନରେ
ଛୋଟରୁ ତ ହେଉ ବଡ଼ ,
ସେ ଅଭୟ ହସ୍ତ ଥିଲେ ମଥା ପରେ
ଆସେନା ବିପଦ, ଝଡ଼ ।
ସିଏ ଆମ ବନ୍ଧୁ,ପରମ ହିତୈଷୀ
ଆଦର୍ଶର ପ୍ରତିମୂର୍ତ୍ତି ,
ତାଙ୍କରି ପ୍ରେରଣା, ଉତ୍ସାହରେ ବଢ଼ି
ଅର୍ଜନ୍ତି ସମାଜେ କୀର୍ତ୍ତି।
ସେ ପରମପୂଜ୍ୟ ଆମ ସଭିଙ୍କର
ଏ କଥାକୁ ଦେଲେ ଧ୍ୟାନ ,
ଉଜ୍ବଳ ହୋଇବ ଆମ ଭବିଷ୍ୟତ
ସଫଳ ହେବ ଏ ଜନ୍ମ ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।
ପିନକୋଡ଼-୭୫୯୧୨୪