STORYMIRROR

Dharitri Das

Children

2  

Dharitri Das

Children

ସେଇତ ଆମ ବୋଉ

ସେଇତ ଆମ ବୋଉ

1 min
153

ଦଶମାସ କାଳ ଗରଭେ ଧରିଛି

             ସହିଛି କେତେ ଦାଉ

ଜନମ ଦେଇଛି କଷଣ ସହିଛି

             ସେଇତ ଆମ ବୋଉ।

ନଖାଇ ଖୁଆଏ ନପିନ୍ଧି ପିନ୍ଧାଏ

             ନୁହେଁତ ସେ କେ ଆଉ

କୋଳେଇ କାଖେଇ ବଡ଼ କରିପାରେ

              ସେଇତ ଆମ ବୋଉ।

ଦିନରାତି ଆମ ପଛେ ଧାଉଁ ଥାଏ

               ହୋଇଣ ରାଉ ରାଉ

ହାତଧରି ଯିଏ ଚାଲି ଶିଖାଇଛି

              ସେଇତ ଆମ ବୋଉ।

ଖୁଆଇଛି ପିଠା ପଣା ସଙ୍ଗେ

               ଉଆ ଚାଉଳ ଜାଉ

ଦିଅଁଙ୍କ ପୀଠରେ ସୁଖ ମନାସଇ

              ସେଇତ ଆମ ବୋଉ।

ସବୁ ଡର ଛାଡ଼ି ଚାଲିତ ଯାଏରେ

             ଡ଼ାକିଦେଲେ ଥରେ ବୋଉ

ଦେଖିଦେଲେ ଥରେ ସବୁ ଦୁଃଖ ଯାଏ

               ସେଇତ ଆମ ବୋଉ।

ମିଠା ମିଠା କଥା କେତେ ଯାଦୁ ଭରା

               ଶୁଣିତ ଯେବେ ଦେଉ

ଆନନ୍ଦରେ ମନ ଭରିଯାଏ ସତେ

               ସେଇତ ଆମ ବୋଉ।

ସହିଷ୍ଣୁତା ପଣେ ତାହା ସହ ସମ

               ନାହିଁ ତ କେହି ଆଉ

ବସୁଧାଠୁ ବଡ଼ ଶ୍ରେଷ୍ଠ ମହାଦାନୀ

               ସେଇତ ଆମ ବୋଉ।

ତାର ପାଦ ତଳେ ସର୍ବଦା ଆମର

                 ମସ୍ତକ ନଇଁ ଯାଉ

ଦେବାନାହିଁ କେବେ ତାମନେ କଷଣ

              ସେଇତ ଆମ ବୋଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children