ସେଇ ସ୍ମୃତି.......
ସେଇ ସ୍ମୃତି.......
ସାକ୍ଷୀ ଏହି ରାତି, ସାକ୍ଷୀ ଏଇ ଜହ୍ନ
ସାକ୍ଷୀ ଏଇ ଆକାଶର ଝିଲି ମିଲି ତାରା,
ଆମ ପ୍ରେମ କାହାଣୀର ସେଇ ସ୍ମୃତି ଏବେ
ଲିଭି ନାହିଁ ମନରୁ,ଦିଅଇ ଯେବେ ଧରା|
ସାକ୍ଷୀ ଏହି ନଈ, ସାକ୍ଷୀ ଏହି ନୌକା
ସାକ୍ଷୀ ଏହି ନଈର ପାଣି ଆଉ କୁଳ,
ଆମ ନୌକା ବିହାରର ସେଇ ସ୍ମୃତି ସବୁ
ଯାଇ ନାହିଁ ମନରୁ,କରେ ବଡ଼ ବ୍ୟାକୁଳ |
ସାକ୍ଷୀ ଏହି ବାଲି,ସାକ୍ଷୀ ଲିଭିଥିବା ଚିହ୍ନ
ସାକ୍ଷୀ ଏଇ ବାଲିର ଯେତେ ସବୁ ଶାମୁକା,
ଆମ ଏକାନ୍ତରେ ବିତି ଥିବା ସେଇ ସ୍ମୃତି
ଥମୁ ନାହିଁ ମନରୁ,କହେ ଖେଳିବା ପାଇଁକା |
ସାକ୍ଷୀ ଏହି ତୋଟା, ସାକ୍ଷୀ ସବୁ ଗଛ
ସାକ୍ଷୀ ଏହି ତୋଟାର ସବୁ ସେହି ନିସ୍ତବ୍ଧତା,
ଆମ ଲୁଚକାଳି ଖେଳର ସବୁ ସେଇ ସ୍ମୃତି
ଭରି ନାହିଁ ମନକୁ, ଭାବରେ ବଢାଏ ବ୍ୟଗ୍ରତା |
ସାକ୍ଷୀ ଏହି ବଗିଚା, ସାକ୍ଷୀ ଗଛ ଲତା
ସାକ୍ଷୀ ଏହି ବଗିଚାର ସବୁ ସୁନ୍ଦର ଫୁଲ,
ଆମ ଫୁଲ ସଙ୍ଗେ ଖେଳର ସେଇ ସ୍ମୃତି
ଶୁଖି ନାହିଁ ମନରୁ,ଲାଗେ ଭାରି ଭଲ |
ସାକ୍ଷୀ ଏହି ରାସ୍ତା, ସାକ୍ଷୀ ଗୋଡି ମାଟି
ସାକ୍ଷୀ ଏଇ ରାସ୍ତାର ଯେତେ ସବୁ ନୀରବତା,
ଆମ ଏହି ରାସ୍ତାରେ ଚାଲିର ସେଇ ସ୍ମୃତି
ଭାଙ୍ଗି ନାହିଁ ମନକୁ,କହେ ଭଲପାଇବାର ସୁନ୍ଦରତା |
ସାକ୍ଷୀ ଏହି ସମୟ, ସାକ୍ଷୀ ଏଇ ଅତୀତ
ସାକ୍ଷୀ ଏହି ସମୟ ଚକ୍ରର ସବୁ ଖେଳ,
ଆମ ଭଲପାଇବାର ପବିତ୍ରତା ରହିଛି ସେଇ ସ୍ମୃତିରେ
ଯାଏ ନାହିଁ ମନରୁ, ଭୁଲିନି ମିଳନର ବେଳ |

