ସେଇ ମୋ ମାନିନୀ ସେଇ ମୋ ପ୍ରିୟା
ସେଇ ମୋ ମାନିନୀ ସେଇ ମୋ ପ୍ରିୟା
ଆସ ନାହିଁ ଅଳି,
ଗୁଞ୍ଜନେ ତବ କରନା ,
ବିଦଗ୍ଧ ମୋ ହୃଦୟ,
ବାର ବାର ଆସି କରନା ଅଥୟ,
ମୁଁ ଯେ ନୁହେଁ ତୁମରି 'କଳି ' ,
ଚାହେଁନି ମୁଁ ହେବାକୁ ତୁମରି 'ପ୍ରିୟା '।
ଆଗୋ ଉର୍ମି ମାଳା ,
ଆସ କିଂପା ସାଥେ ନେଇ,
ତବ ବେସୁରା ରାଗିଣୀ ,
ଚାହେଁନା ମୁଁ ହେବାକୁ ବିଲୀନ,
ତୁମ ସାଥେ ଏ ସାଗର ବେଳାରେ,
ଯେଣୁ ନୁହେଁ ମୁଁ ତ ତୁମରି 'ତଟିନୀ ',
ଚାହେଁନି ମୁଁ ହେବାକୁ ତୁମରି 'ପ୍ରେୟସୀ '।
ଆଗୋ ଅଂଶୁମାଳୀ,
ଉଷାର ନବ ଅରୁଣିମା ନେଇ,
ଆସ କିଂପା ପାଶେ ମୋର ,
କାଟି ନାହିଁ ମୁଁ ବିନିଦ୍ର ରଜନୀ,
ତୁମରି ପ୍ରତୀକ୍ଷାରେ ,
ତବ କିରଣେ କରନା ବିଦଗ୍ଧ ମୋ ତନୁ,
ଯେଣୁ ମୁଁ ତ ନୁହେଁ ତୁମ 'କମଳିନୀ ',
ଚାହେଁନି ମୁଁ ହେବାକୁ 'ପ୍ରେମିକା 'ତୁମରି ।