Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Romance

3  

baishnaba meher

Romance

ବିବାହ

ବିବାହ

1 min
376


ଅନେକ ଦିନର ଅପେକ୍ଷା ପରେ

ଆଜି ହେବ ଦୁଇ ଆତ୍ମାର ମିଳନ

ଦୁଇ ମନର ମିଳନ

ଦୁଇ ଦେହର ମିଳନ

ଗଢ଼ିବ ଦୁଇ ପରିବାରର ସମ୍ପର୍କ,

ଆଉ

ଭାବ ଅଭାବ ଭିତରେ

ଅରମ୍ଭହେବ

ପ୍ରେମର ନୂଆ ଅଧ୍ୟାୟ ।


ଲୁଚିଛପି ଭଲପାଇବା

ଲୁଚିଛପି ଦେଖାହେବା

କଅଁଳ ସ୍ପର୍ଶରେ ଲାଜ କରିବା

ସେ କଟକଣା ଆଉ ନାହିଁ,

ସମାଜ ଆଉ ପରିବାରର

ମିଳିଯାଇଛି ସ୍ୱୀକୃତି

ମଧୁରାତିର ମିଳନ ପାଇଁ ।


ବିବାହ ନୁହେଁ

କେବଳ ଆତ୍ମହୁତି ପ୍ରଣୟର,

ସମ୍ପର୍କର ଧାରଣା ଉପରେ

ଚାଲିବାକୁ ହେବ ଅନେକ ଦୂର ।

ଭଲ-ମନ୍ଦ, ସୁଖ-ଦୁଃଖର

କରିବାକୁ ହେବ ସନ୍ତୁଳନ,

ତେବେ

ଜୀବନର ସୁଦୀର୍ଘ ପଥେ

ଅତୁଟ ରହିବ ବନ୍ଧନ ।


Rate this content
Log in

Similar oriya poem from Romance