STORYMIRROR

Bhoopati Saha

Abstract Romance Classics

3  

Bhoopati Saha

Abstract Romance Classics

ଅବୁଝା ପ୍ରିୟା

ଅବୁଝା ପ୍ରିୟା

1 min
358

ପାଗଳ ପ୍ରେମୀ ଟିଏ ହୋଇ ଖୋଜୁଥିଲି 

ଏକ ଅଚିହ୍ନା ଝିଅର ମୁହଁକୁ, 

ପ୍ରଥମ ଦେଖାରେ ହିଁ ଚୋରେଇ ନେଲ 

ମୋ ହୃଦୟର ଅବୁଝା ମନକୁ ।


କଇଁ ଠାରୁ ଆହୁରି କୋମଳ 

ମୋ ପ୍ରିୟାର ମନ,

ଜହ୍ନ କାଳେ ଈର୍ଷା ହେବ ବୋଲି 

ପ୍ରିୟା ଓଢ଼ଣୀ ରେ ଲାଜେ ମୁହଁ ‌।


ହସିଦିଅ ଯେବେ ତମେ ପ୍ରିୟା

ସ୍ଵର୍ଗର ପରୀ ମଧ୍ୟ ଫିକା ପଡିଯାନ୍ତି,

ମନ ଋଷିଗଲେ ବର୍ଷା ଠାରୁ ଆହୁରି ଦୁଷ୍ଟ

ଗୋଲାପ ଫୁଲ ଓହରି ପଡନ୍ତି ।


ସମୁଦ୍ରର ଗଭୀରତା ଠାରୁ ଆହୁରି ଗଭୀର

ମୋ ପ୍ରିୟା ପାଇଁ ମୋର ଅସୀମ ପ୍ରେମ,

ବୁଝି ପାରି ମଧ୍ୟ କିଛି ବୁଝି ନାହିଁ 

ମୋର ଏଇ ପାଗଳା ମନ ।


ସବୁ ରାତି ପାହେ ମୋର

ତୁମ ମିଠା ସ୍ବପ୍ନରେ,

ବର୍ଷା ବି ଦେଖି ସହିପାରୁ ନଥିଵ।

ବର୍ଷା କରୁଥିବ ଈର୍ଷାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract