ସେଇ ଚିଠି
ସେଇ ଚିଠି
ପରୀକ୍ଷାର ଚାପ ଥିବା ସତ୍ତ୍ବେ
ସାରାରାତି ବସି ବସି ଲେଖିଥିବା
ତାକୁ ଗୋଳାପୀ ରଙ୍ଗରେ ସଜାଡିଥିବା
ସେଇ ଚିଠି କଥା ଖୁବ୍ ମନେପଡେ ।
ମନେପଡ଼େ ସେ ଚଗଲାମୀ
ମନେପଡେ ସେ ଦିନର ଅକୁହା କଥା
ଖୁବ୍ ମନେପଡେ
ଅତୀତର ସେଇ ଚିଠି କଥା । ।
ଅଧବାଟରେ ସେଇ ଚିଠି
ଆସିଥିଲା ମୋ ପାଖକୁ ଫେରି
ହୁଏତ ସେ ସାହସ ଆଉ
ପାରିଲିନି କେବେ କରି ।

