Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amaresh Kumar Hanuman

Romance

5.0  

Amaresh Kumar Hanuman

Romance

ସେହି ପ୍ରୀତି ଅନୁଭୂତି

ସେହି ପ୍ରୀତି ଅନୁଭୂତି

1 min
276


ସହି ପାରେ ନାହିଁ ଏ ଦେହ, ଏତେ ଗ୍ରୀଷ୍ମ ତାତି

ଜଳୁଛି ସହରେ ଜଳୁଛି, ଗ୍ରାମେ ସବୁ ପ୍ରଜାତି

ଅପେକ୍ଷା ରହିଛି କେବେ ଏ, ହେବ ତାତିର ଇତି

ରହେନା ଏମିତି କଦାପି, ସ୍ଥିର ମନର ସ୍ଥିତି । (1)


‌ବାଦଲ କହିଛି ଜହ୍ନକୁ, ଆଜି ନେ ବିରତି

ଖୁସିରେ ନାଚଇ ମୟୂର, ଦେଖି ମେଘର ମତି

ଗଗନ ମେଘରେ ପିନ୍ଧିଛି, ଯେହ୍ନେ ଶାଶ୍ୱତ ଧୋତି

ଏମିତି ବେଳାରେ ଛୁଇଁଲା, ବର୍ଷା ସେ ଦିନ ରାତି । (2)


ପହିଲି ବର୍ଷାର ମାଦକ, ଭରା ଛୁଆଁରେ ମାତି

ଦେହେ ଭରିଦେଲା ନିଆରା, ସ୍ନେହ ପରସ ଅତି

ପତରେ ବସିଛି ଜଳ କି, ବିନ୍ଦୁ ଦିଶଇ ମୋତି

ମନେ ଭରିଦିଏ କେବଳ, ପ୍ରେମ ମମତା ପ୍ରୀତି । (3)


ଘଡଘଡି ଡାକେ ପ୍ରେମିକ, ଯା' ପ୍ରେମିକା କତି

ମିଶିଲେ ପ୍ରେମିକ-ପ୍ରେମିକା, କିଛି କରିବେ ଖ୍ୟାତି

ପୀରତି ନୟନେ ଦେଖଇ, ଏକ ଆରେକ ପ୍ରତି

ନିଶା ବଢେ ଯେବେ ଛୁଉଁଛି, ଧୀର ପବନ ଗତି । (4)


ପ୍ରେମରେ ସରସ ସେହି ଯେ, ନାରୀ ନୟନାଘାତୀ

ଚାଲିଯାଏ ଦେଖି ଇର୍ଷାରେ, ଯେବେ ବିଜୁଳିବତୀ

ମନେ ପଡିଯାଏ ସେସବୁ, ଯାହା ଯାଇଛି ବିତି

ହୁଏନା ଭୁଲି ସେ ଏମିତି, କେବେ ଅଭୁଲା ସ୍ମୃତି । (5)


କହି ପାରିବ କେ ଏପ୍ରେମେ, ଲାଭ କାହାର କ୍ଷତି

ପାରିବ କହି ସେ ଯାହାର , ଅନୁଭୂତି ଏମିତି

ବର୍ଣ୍ଣିବ ଯେବେବି ମନରେ, କବି ପ୍ରେମର ରିତି

କେତେ ଯେ ହୋଇବ ମଧୁର,କାବ୍ୟ-କବିତା ଗୀତି । (6)


=============================

ଦୂରଭାଷ: 9861520134


Rate this content
Log in

Similar oriya poem from Romance