STORYMIRROR

bebismita kar

Romance

4  

bebismita kar

Romance

ସେଦିନର ବର୍ଷା

ସେଦିନର ବର୍ଷା

1 min
241

ଆଜି ଭାରି ମନେ ପଡେ ସେଦିନର କଥା

ହେଉଥିଲା ଦିନେ ବର୍ଷା

ପାଖେ ଥିଲା ଆମ ଗୋଟିଏ ଛତା।


ଭାବିଥିଲେ ଦୁହେଁ ମିଶିକି ଯିବା

ଦୁନିଆକୁ ଆମେ କାହିଁ ଡରିବା

ହେଲେ ଲାଗୁଥିଲା ସମାଜ ଭୟ

ବର୍ଷା ଟା ବି କରୁଥିଲା ଅଥୟ।


ତୁମେ ଚାଲି ଆସ ମୋ ଛତା ତଳକୁ

ଚାଲିଯାଏ ମୁଁ ଟିକେ ଦୁରକୁ

ତିଳରୁ ତଳିପା ଭିଜି ମୁଁ ଗଲି

ଭାବିଲି ଆଜି ମୁଁ କାଇଁ ଆସିଲି


ଛତା ସାଥେ ମୋର ଧରିଲ ହାତ

ଦେହ ଠୁ ମନର କେତେ ତଫାତ

ଝିପିଝିପି ମେଘ ପଡ଼େ ଛତାରେ

କିଛି କିଛି ହୁଏ ମନ ଭିତରେ


ଆମ ପ୍ରେମ ଦେଖି ବିଜୁଳିବତୀ

ଆଖି ଠାର ମାରେ ଧଡକେ ଛାତି

ତା ପରେ ହଜିଲେ ଆମ ଭିତରେ

ବାକି ଅଛି ଖାଲି ଆଜି ସ୍ମୃତିରେ।


Rate this content
Log in

Similar oriya poem from Romance