STORYMIRROR

sushama Parija

Tragedy

3  

sushama Parija

Tragedy

ସେବିକା ମୁଁ

ସେବିକା ମୁଁ

1 min
14.2K



_________

ମାନବ ସେବାକୁ ବ୍ରତ କରିଛି ମାଧବ ସେବା ଭାବି

ଆରେ ' ନିପାଃ' ଭାଇରସ୍ ତୋ ଡରାଣ ରେ ମୁଁ କିବା ଡରି ଯିବି ?

ଆକ୍ରାନ୍ତ କରିଛୁ କେତେ କେତେ ପ୍ରାଣ ମୋ ଦେଶବାସୀଙ୍କର

କଲ ବଲ କରି କରିଦେଇ ଅଛୁ ତୋ ଆକ୍ରମଣ ର ଶିକାର ।।

ବିଶ୍ବ ଭାତୃତ୍ବ ବାର୍ତ୍ତା ମୁଁ ଦେଇଛି ଆପଣା ପର ନ ଭାବି

ଆଜି ତୋ ଫୁତ୍କାର ରେ ଭାଙ୍ଗି ପଡି ଭାବିଛୁ କି ଫେରିଯିବି ।।

କରି ଅଛି ସେବା, କରୁଥିବି ସେବା ,ପିଣ୍ଡେ ଥିଲା ଯାଏଁ ପ୍ରାଣ

ସେବା କରୁ କରୁ ମୋର ପ୍ରାଣ ପଛେ ନେଇ ଯାଉ ଜନ୍ତୁରାଣ ।।

ସନ୍ତାନ ଙ୍କୁ ମୋର କହି ମୁଁ ଯାଉଛି ଏଇ ମୋର ଶେଷ କଥା

ସେବାବ୍ରତ କରି , ଆଜି ଜୟଯୁକ୍ତ ହୋଇ ଯାଉଛି ତୁମର ମାତା ।।

ବାପାଙ୍କୁ କହିବ ତାଙ୍କ ଦାୟିତ୍ବ ରେ ମୁଁ ଦେଇ ଯାଉଛି ତୁମକୁ

ତୁମକୁଏ ଚିଠି ମିଳିବାର ଆଗରୁ ହୁଏତ ଯିବି ମୁଁ ଆରପାରିକୁ ।।

ମୋର ଦୁଃଖ ନାହିଁ ମନେ ତଥାପି ବାବୁରେ କହି ଯାଉଅଛି ଶୁଣ

ମୋ କଥା ସୁମରି କାନ୍ଦିବନି କେବେ ବାବୁରେ ତୁମକୁ ରହିଲା ରାଣ ।।

ମୋ ଅର୍ଜିତ ଯଦି ପୁଣ୍ୟର ଫଳ ବାବୁରେ ଦେଉଛି ତୁମକୁ ନିଅ

ସେବା ମନୋବୃତ୍ତି ,ସଦ୍ ଭାବନା , ପ୍ରୀତି ,ଏ ବିଶ୍ବ ରେ ବାଣ୍ଟି ଦିଅ ।।

@ ସିଷ୍ଟର୍ ଲିନି ପୁଥୁଶେରୀ, ଯିଏ କେରଳ ରେ 'ନିପାଃ ଭାଇରସ୍ ' ଆକ୍ରମଣ ର ଶିକାର ହୋଇଥିବା ରୋଗୀଙ୍କୁ ଚିକିତ୍ସା କରୁ କରୁ ସେଇ ଥିରେ ସଂକ୍ରମିତ ହୋଇ ନିଜର ପ୍ରାଣୋତ୍ସର୍ଗ କରିଛନ୍ତି , ତାଙ୍କର ଅମର ଆତ୍ମା କୁ ଶ୍ରଦ୍ଧାଞ୍ଜଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy