Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ସେବାବ୍ରତୀ ସ୍ନେହମୟୀ

ସେବାବ୍ରତୀ ସ୍ନେହମୟୀ

2 mins
151



ଲଥାଂଗ ତିର୍ତ୍ତୋଲ କୁଜଙ୍ଗ ମାଟିର

 ସ୍ନେହମୟୀ ସୁନାକନ୍ୟା 

ଜଗତସିଂହପୁର ଜିଲ୍ଲାର ଗୌରବ

 ସମାଜ ସେବିକା ଧନ୍ୟା ॥


ଜୁଲାଇ ମାସର ଚଉଦ ତାରିଖ

  ଊନ୍ନବିଂଶ ଶତସ୍ତରୀ

ଶୁଭ ଲଗନର ଜନ୍ମତିଥୀ ବାର

  ମାଆ କୋଳ ଗଲା ପୁରି ॥


ବଂଶୀଧର ପିତା ଶ୍ରଦ୍ଧାଞ୍ଜଳୀ ମାତା

  ଜନ୍ମଦାତା ଜନ୍ମଦାତ୍ରୀ

ସୌଭାଗ୍ୟ ବିଜୟ ପିତା ମାତାଙ୍କର

  ସ୍ନେହମୟୀ ସୁନାପାତ୍ରୀ ॥


ଅନନ୍ୟ ପ୍ରତିଭା ବଂଶୀଧର ସୁତା

  ଗୃହିଣୀ ସମାଜ ସେବୀ

ସମାଜ ସେବାରେ ଦିନ ବିତି ଯାଏ

   ସୁଖଦୁଃଖ ଅନୁଭବୀ  ॥


ପରିକଳ୍ପନାର ବିକଳ୍ପ ସୁକଳ୍ପ

  ସମାଜ ସେବାର ଅଙ୍ଗ

ବ୍ୟାସପ୍ରତିଷ୍ଠାନ ସେବାସୌଧ ଜାଣ

  ସ୍ନେହମୟୀ ଚିର ସଙ୍ଗ ॥


ଅଧକ୍ଷ୍ୟା ପଦରେ କର୍ମ ଆଗଭରେ

  ବ୍ୟାସ ସଂସ୍ଥା ସଂସ୍ଥାପିକା

ସମାଜ ସେବାରେ ସମର୍ପିତ ବାରେ

  ହୃଦୟରେ ଅନୁକମ୍ପା ॥


ବହୁ ସଂସ୍ଥା ସହ ଅଛନ୍ତି ଜଡିତ

  ବ୍ରାହ୍ମଣ କୁଳର ଗର୍ବ

ଏ ମହାସେବିକା ଧୈର୍ଯ୍ୟଵାନ ସଦା

  ମାତା ରୂପେ ଆବିର୍ଭାବ ॥


ସ୍ନେହମୟୀଙ୍କର ଉଦାର ସ୍ୱଭାବ

  ହୃଦୟ ଦରଦ ପୂର୍ଣ୍ଣ

ସ୍ନେହ ସଦିଚ୍ଛାର ସତେ ଗନ୍ତାଘର

  ନାହିଁ ହିଂସା ଦ୍ଵେଷ ଚିହ୍ନ ॥


ଅନାଥ ବାନ୍ଧବୀ ଭିନ୍ନକ୍ଷମ ସାଥୀ

  ହସଭରି ଦ୍ୟନ୍ତି ଜାଣି

କେତେଯେ ଅନାଥ ଆଶ୍ରମେ ଗୃହୀତ

  ସୁରକ୍ଷା ବଳୟେ ଆଜି ॥


ସ୍ଵାମୀ ପରୀତ୍ୟକ୍ତା ବିଧବା ମହିଳା

  ପାଇଛନ୍ତି ସର୍ବେ ରାହା

ସ୍ନେହମୟୀଙ୍କର ମହା ବଦାନ୍ୟତା

  ସିଲେଇ ମେସିନୀ ସାହା ॥


 ସ୍ଵାବଲମ୍ବୀ ହୋଇ କୁଶଳେ ଅଛନ୍ତି

  ଗୁଜୁରାଣ ଯାଏ ମେଣ୍ଟି

ଆତ୍ମନିଯୁକ୍ତିର ଏମହା ସଂଗ୍ରାମ

  ସ୍ନେହମୟୀ ଜ୍ଞାନବୁଦ୍ଧି ॥


ଯୌନ ପୀଡନରୁ କିଶୋରୀମାନଙ୍କୁ

  ଉଦ୍ଧରନ୍ତି ସ୍ନେହମୟୀ

ସଚେତନ ବାର୍ତ୍ତା କାର୍ଯ୍ୟକ୍ରମେ ପ୍ରୀତା

  ସମାଜେ କଲ୍ୟାଣମୟୀ ॥


 ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ପରିବେଶ

  ସ୍ନେହମୟୀଙ୍କର କାମ୍ୟ

ଅମ୍ଳଜାନ ପାଇଁ ଅଶ୍ଵତ୍ଥ ରୋପନ୍ତି

  ପଥପ୍ରାନ୍ତ ହୁଏ ରମ୍ୟ ॥


ଦୃଷ୍ଟି ଶକ୍ତିହୀନ ବୃଦ୍ଧବୃଦ୍ଧାଙ୍କର 

  ସ୍ନେହମୟୀ ସତେ ମାଆ

 ମୋତିଆବିନ୍ଦୁର ସୁ-ଅସ୍ତ୍ରୋପଚାର

  ଶିବିରରେ ଭାସେ ନାଁଆ ॥


ଅନ୍ତେବାସୀ ମାନେ କାରାଗାର ମଧ୍ୟେ

  ଗୀତାପାଠ ଉଚ୍ଚାରଣେ

ସ୍ନେହମୟୀଙ୍କର ଏ ଭିନ୍ନ ପ୍ରୟାସ

  ପ୍ରଶଂସିତ ସମାଜରେ ॥


ଖାଉଟି ସୁରକ୍ଷା ଉପଭୋକ୍ତା ଚିନ୍ତା

   ସଚେତନତାର ବାର୍ତ୍ତା

ଭିନ୍ନ କାର୍ଯ୍ୟକ୍ରମ ନିଆରା ଉଦ୍ୟମ

  ଆୟୋଜନେ ସ୍ନେହାକର୍ତ୍ତା ॥


 ପ୍ରତିଭା ସମ୍ପନ୍ନ ବୟୋଜ୍ୟେଷ୍ଠ ଗଣ

  ଅଞ୍ଚଳର ମଣିଜ୍ୟୋତି

 ପଦପ୍ରକ୍ଷ୍ଯାଳନେ ସ୍ନେହମୟୀ ହସେ

   ହୃଦୟେ ଦରଦ ପ୍ରୀତି ॥


କଲ୍ୟାଣ ସରାଗୀ ଆହେ ସ୍ନେହମୟୀ

  ଦରଦୀ ହୃଦ ବାନ୍ଧବୀ

କାରାଗାର ମଧ୍ୟେ ଅନ୍ତେବାସୀ ମାନେ

  ତଵ ସେବା ଅନୁଭବୀ ॥


ଉପ-କାରାଗାର ସମାଗଳ ପ୍ରୀତ

  ହେ ପର୍ଯ୍ୟବେକ୍ଷିକା ରାଣୀ

ପରିବର୍ତ୍ତନର ସସ୍କାରିତ ମିତ

  ଅନ୍ତେବାସୀ ସର୍ବେ ଋଣୀ ॥


ଆଧ୍ୟାତ୍ମିକବାଦୀ ଚେତନା ସରାଗୀ

  ସମ୍ପାଦିକା ମହୋଦୟା

ଗୀତା ଜ୍ଞାନଞ୍ଜନ ପତ୍ରିକା ଉଦ୍ୟୋକ୍ତା

  ପୂଜ୍ୟପୂଜା ସମ୍ମାନୀୟା ॥


ସିଦ୍ଧ ସିଦ୍ଧେଶ୍ଵର ପତିଦେବ ତୁମ

  ଶିକ୍ଷାଦାନେ ତାଙ୍କ ପ୍ରୀତି

ଗୀତା ପ୍ରଚାରକ ସେ ମହାଲେଖକ

   ଶିକ୍ଷକତା ତାଙ୍କ ବୃତ୍ତି ॥


ରସୁଲପୁରର ଭୋଗରାଇ ସୁତ

  ବାଲେଶ୍ଵର ଅଧିବାସୀ

ସ୍ନେହମୟୀଙ୍କର ସର୍ବକାଳ ମିତ

  ସାହାଯ୍ୟ କରନ୍ତି ହସି ॥


ରକ୍ତ ସଙ୍କଟକୁ ଦୂର କରିବାକୁ

  ଶିବିରରେ ଲାଗେ ଭିଡ

ସ୍ନେହମୟୀଙ୍କର ବଳିଷ୍ଠ ପ୍ରୟାସ

  ଭଣ୍ଡାର କରିବ ପୂର୍ଣ୍ଣ ॥


ବହୁ ସମ୍ମାନର ସୁଯୋଗ୍ୟା ସୁକନ୍ୟା

   ଋତୁପର୍ଣ୍ଣା ଗୌରୀ ଧନ

ସାଧନା ରହିତ ଜୀବନ ସଂଗ୍ରାମ

  ଧନ୍ୟ ତଵ ଅବଦାନ ॥


ତଵ ସେବା କାର୍ଯ୍ୟେ ଉତ୍କଳୀମା ହସେ

  ହେ ମହାସେବିକା ମାଆ

କରୋନାକୁ ଭୟ କରିତ ନଥିଲ

  ଜନମୁଖେ ଭାସେ ନାଆଁ ॥


କେତେ ଅନୁଷ୍ଠାନ କେତେ ପ୍ରତିଷ୍ଠାନ

   ସମ୍ମାନ ପ୍ରଦନ୍ତୀ ଜାଣି 

ସବୁ ଊଣା ହେବ ପ୍ରଦତ୍ତ ପ୍ରମାଣ

  ତବ ସେବାଧର୍ମେ ଋଣୀ ॥


କି ଅବା ଲେଖିବି ମୁଁ ଅଧମ କବି

  ଶବଦ ପାଉନି ଖୋଜି

ଯେତେ ଲେଖିଲେବି ରହିଯିବ ବାକି

  ଅବର୍ଣ୍ଣନୀୟ ଏ କୃତୀ ॥


ଶୁଭାଶିଷ ଭଗ୍ନୀ ଜ୍ଞାପନ କରୁଛି

  କୁସୁମିତ ହେଉ ପଥ

ନୂତନ ବରଷ ହେଉ ଶୁଭପ୍ରଦ

  ଆହେ ପ୍ରଭୁ ଜଗନ୍ନାଥ ॥


ସପନ ଆଖିର ଦୁଇଟି କପୋତ

  ପୁତ୍ରକନ୍ୟା ଧନମନ

ସତ୍ୟ ଓ ଅନନ୍ୟା ନବ ସମ୍ଭାବନା

  ସ୍ନେହମୟୀଙ୍କ ସମ୍ମାନ ॥


ବିଦ୍ୟା ଶିକ୍ଷା ଲଭି ଅରଜନ୍ତୁ ଖ୍ୟାତି

   ମାଆ ମୁଖେ ଫୁଟୁହସ

ସବୁ ଜଳାଞ୍ଜଳି ହେଉ ପୁଷ୍ପାଞ୍ଜଳି

  ଆକାଶରୁ ଝରୁ ପୁଷ୍ପ ॥


ତଵ ମହାନତା ବିଦିତ ସର୍ବଦା

  ସେବା ଧର୍ମ ମହାବ୍ରତ

ଜଗତର ନାଥ ହୋଇବ ସହାୟ

  ସ୍ନେହମୟୀ ସମର୍ପିତ ॥



Rate this content
Log in

Similar oriya poem from Inspirational