STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ସେବା

ସେବା

1 min
332


ସ୍ନେହ ‐ ସୌହାର୍ଦ୍ଧ୍ଯର ଅନାବିଳତାରେ ଯାହା 

ସାଧିତ ହୁଅଇ ତାହା ହିଁ ପ୍ରକୁତ ସେବା ।


 ସହଯୋଗ ଅଟେ ସେବାର ସ୍ବଭାବ

ସହନଶୀଳତା ସହ‐ଅନୁଭବ‐ଭାବ ।


ଘେନି ସୁସାଧିତ କରମ ଯେତେକ ସେବା

ସେବା ବଳେ ପ୍ରସ୍ଫୁଟିତ ପ୍ରତ୍ଯେକ ପ୍ରତିଭା ।


ପ୍ରକୁତି ପ୍ରତ୍ଯେକ ସ୍ତରେ ସନ୍ତୋଷ ଚିତ୍ତରେ

ଯୋଗାଉଛି ନିତ୍ଯ ସେବା ପ୍ରାଣୀ ଙ୍କ ହିତରେ ।


ଯହିଁ ଚାହଁ ତହିଁ ଦେଖ ସେବାର ସଂଭାର

ନିଖିଳ ପ୍ରକୁତି ଚିର ସେବନ ମୁଖର ।


ନଦ ନଦୀ ଗିରି ବନ ବୂକ୍ଷ ତରୁ ଲତା

ପ୍ରସାରନ୍ତି ପ୍ରତି ପ୍ରାଣେ ସେବାର ବାରତା ।


ବିଭାବସୁ ହସି ହସି ନଭୁ ନିରନ୍ତର

ବିତରନ୍ତି ସାରା ବିଶ୍ବେ ଆଲୋକର ଧାର ।


ନିସ୍ବାର୍ଥ ଅନ୍ତରେ ଚିର ଅବିଶ୍ରାନ୍ତ ରତ

ଶିଖାଅନ୍ତି ବିଶ୍ବେ ନିତି ସେବାର ମହତ୍ତ୍ବ ।


ପ୍ରାଣୀ ଓ ଉଦ୍ଭିଦେ ତାଙ୍କ ସେବାର ଆଧାରେ

ଲୀଳା ଖେଳା ରତ ନିତ୍ଯ ଛନ୍ତି ବସୁଧାରେ ।


ପଶୁ ପକ୍ଷୀ ତରୁ ତୂଣ କୀଟ ପତଙ୍ଗମ 

ମାନଙ୍କର ସେବା କର ହେ , ହୂଦୟଙ୍ଗମ  ।


ଶିଖ ତାଙ୍କ ଠାରୁ ନିତି ସେବା ସୁ ‐ ମହତ

 ବିଶ୍ବରେ କିପରି ଅଟେ ସେବାର ମହତ୍ତ୍ବ ।


ପରିବେଶ ପରିସ୍ଥାନ ସୂଷ୍ଟି ସନ୍ତୁଳନ

ଖାଦ୍ଯ‐ ଶୂଙ୍ଖଳ ସୁରକ୍ଷା ପରି ବହୁ କାମ ।


ଅତନ୍ଦ୍ର ଜାଗ୍ରତ ଭାବେ ସାଧନ୍ତି କେ ? ନିତ୍ଯେ ?

ରତ ଥାନ୍ତି ହିତେ ଚିର ମାନବ ନିର୍ମିତ୍ତେ  ।


ସଂସାର ର ବେନି ତତ୍ତ୍ବ ଜଡ ଓ ଚେତନ

ପରସ୍ପର ପ୍ରତି ସେବା କରନ୍ତି ଅର୍ପଣ ।




Rate this content
Log in

Similar oriya poem from Action