STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ସେବା ଅଟେ ଭଗବାନ

ସେବା ଅଟେ ଭଗବାନ

1 min
383


ମାନବ ସେବା ହିଁ ମାଧବ ସେବା    

ସମସ୍ତେ ଏ କଥା କୁହନ୍ତି

ମାନବ କୁ ଯେବେ ସେବା ଲୋଡାହୁଏ

ଏ କଥାକୁ ଭୁଲିଯାଆନ୍ତି....


ମାନବ ସେବା ହିଁ ମାଧବ ସେବା

ସମସ୍ତେ ଭାଷଣ ଦିଅନ୍ତି

ମାନବ କୁ ଯେବେ ସେବା ଆବଶ୍ୟକ

ସ୍ୱାର୍ଥପର ହୋଇ ଯାଆନ୍ତି....


ମାନବ ସେବା ହିଁ ମାଧବ ସେବା

ଚିକଣିଆ କଥା କୁହନ୍ତି

ଗରିବ ଲୋକଙ୍କ ସବୁ ଯୋଜନା କୁ

ଲୁଟିବାରେ ଖାଲି ଲାଗନ୍ତି....


ମାନବ ସେବା ହିଁ ମାଧବ ସେବା

ନିଜେ ଭଗବାନ କୁହନ୍ତି

ଭଗବାନ ବାଣୀ ଯିଏ ବୁଝିଥାଏ

ସେବା କରି ଧନ୍ୟ ହୁଅନ୍ତି


ମାନବ ସେବା ହିଁ ମାଧବ ସେବା

ସମସ୍ତେ କି ଏହା ବୁଝନ୍ତି

ଯିଏ ବୁଝିଥାନ୍ତି ସେବା କରିଥାନ୍ତି

ସଭିଙ୍କର ପ୍ରିୟ ହୁଅନ୍ତି


ଏ ଧରାଧାମ କୁ ଯେତେ ଆସିଛନ୍ତି

ସମସ୍ତେ ଦିନେ ଫେରନ୍ତି

ମାନବ ସେବାରେ ମନ ଯିଏ ଦିଏ

ଯୁଗେ ଯୁଗେ ପୂଜା ପାଆନ୍ତି...


ସେବା କରିବାକୁ ଧନ ଲୋଡ଼ା ନାହିଁ

ଲୋଡ଼ା ହୁଏ ଗୋଟେ ମନ

ଜା ମନ ଯେମିତି ସେ କରେ ସେମିତି

ସେବା ଅଟେ ଭଗବାନ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational