STORYMIRROR

Abhakanta None

Inspirational

3  

Abhakanta None

Inspirational

ସେ

ସେ

2 mins
28.4K


(ସେ, ସବୁଠି ସଦାବେଳେ ଅଛି ତା ସ୍ଥିତି ଅପରିହାର୍ଯ୍ୟ ସୃଷ୍ଟି ସମଗ୍ରରେ, ହେଲେ... କାହିଁକି ସେ ଆଜି ଏମିତି? କାହାର ଅବିଚାର ଏ' ଲାଗି ଦାୟୀ ??)


ନାରୀ ନୁହେଁ ନିକୃଷ୍ଟ ନିଷ୍ପତ୍ତି, ନିର୍ଦ୍ଧାରଣେ ନିୟତି ନିର୍ଝର

ଝୋବା ଝୋବା ମମତା ଝରଣ, ଝଙ୍କାଝୋରେ ଝରଇ ଝର୍ଝର ।

ସ୍ନେହରେ ତା ସ୍ନାନ କରେ ସିନା, ସମାଜର ସିଦ୍ଧାନ୍ତ ସକଳ

ଆଶାପୂର୍ଣା ଜୀବନ-ଜ୍ୟାମିତି, ଆଧାରର ପ୍ରେକ୍ଷା ଅବିକଳ ।

ନାରୀ, ସୃଷ୍ଟି ଅୟମାରମ୍ଭ, ପ୍ରୋତ୍ସାହନ ଦାନେ ଅଦ୍ବିତୀୟା

ସ୍ବୟମ୍ଭୁ ତା ସେନେହ ସରିତା, ନର ପ୍ରାଣେ ପର୍ବ ପୁଣ୍ୟତୋୟା ।

ନାରୀ ନିଶ୍ଚେ ନିଷ୍ଠା ନିକେତନୀ, ନିତ୍ୟ ନିଷ୍ପାଦିତା ନିରଜନ

ନର ନଗ୍ର ନିଧୁବନ ନିଶା, ନିର୍ବିଶଙ୍କା ନୀତି ନିଷେବଣ ।

ନାରୀ ଅବହେଳନଟି ଆଜି, ସୈରିଣୀୟ ଅଶାନ୍ତି ଅଜାଡେ

ଦେବାଟା ହିଁ ନାରୀ ପରିଭାଷା, ନେବା କ୍ଷେତ୍ରେ ରୁହେ ଜଡ଼ସଡେ ।

ନାରୀ ନବ ମେଘର-ମହ୍ଲାର, ବିସ୍ମୟର ତୀଖ ଆଲିପନା

ଶାନ୍ତିର ସେ ସୁତ୍ର ବୈଜୟନ୍ତୀ, ସ୍ଥିର ଚିତ୍ତ ଦିବ୍ୟ କଳପନା ।

ଅନିବାର୍ଯ୍ୟ ଆଶକ୍ତି ଆଟୋପ, ଅବିଚଳା ଧଇର୍ଯ୍ୟ-ଧାରିଣୀ

ସ୍ନେହ ଦାନେ ସପତ ସାଗର, କର୍ତ୍ତବ୍ୟରେ କବିତା-କାରିଣୀ ।

ସନ୍ଧିସୁତ୍ରେ ଶୁଦ୍ଧ ସମାପିକା, ବନ୍ଧୁତ୍ଵରେ ଗିରି ହିମାଳୟ

ବୁଝିବାରେ ସ୍ବତଃ ସମ୍ବରଣ, ଅବୁଝାରେ ଧୂସର ବଳୟ ।

ପ୍ରତିଶୋଧେ ପାର୍ବତୀ ପ୍ରତିଭୂ, ଶକତିରେ ଶକ୍ତିଙ୍କର ସଖୀ

ଭାବନାରେ ବିହ୍ବଳା ତଟିନୀ, ପ୍ରତୀକ୍ଷାରେ ସଜ ନିରିମାଖୀ ।

ପ୍ରୋତ୍ସାହନେ ପ୍ରକାଣ୍ଡ ପଣ୍ଡିତ, ଧୈର୍ଯ୍ୟରଜ୍ଜୁ ଧରି କଉଶଳେ

ହିଂସାରେ ସେ ଭେଦଇ କବଚ, କୋପା ଧାରେ ଦଶଦିଶ ଟାଳେ ।

ସଲ୍ଲଜରେ ଶକତି ଭୁଲଇ, ନିର୍ଲଜରେ ନୃ ମୁଣ୍ଡମାଳିନୀ

ଉଚ୍ଚାଟରେ ସାଜେ ଉଲ୍କାମୟୀ, ଶୁଦ୍ଧତାରେ ବନ-କଲ୍ଲୋଳିନୀ ।

ତା' ସ୍ନେହରେ ଦେବତା ବିହରେ, ଜିଦରେ ତା ଯମ ଯାଏ ହାରି

ବୈଚିତ୍ରର ବିଭା ବୈଜୟନ୍ତୀ, ଦର୍ଶନକୁ ଦିଶା ଦିଏ ନାରୀ ।

ହୀନ ମନ୍ୟ ମନୁଷ୍ୟ ମତରେ, ମନସ୍ବିନୀ ମାନେନାହିଁ ହାର

ଦୟା ଦାନେ ଦିଗମ୍ବରୀ ସାଜେ, କ୍ଷମା କ୍ଷରେ ସେ କ୍ଷୀରସାଗର ।

ନାନା ମୁନି ନାନା ମତାମତେ, ନାରୀ ମାନ ମାନିଛନ୍ତି ମାପି

ସେ ମାତୃତ୍ଵ ମୁକୁଳା ମହାର୍ଘ, ତେଣୁ ଗରୀୟସୀ ସ୍ବର୍ଗାଦପି ।

ସଂସାରର ସର୍ବ ସୃଷ୍ଟି ସୂତ୍ରେ, ନାରୀ ଅଟେ ପରମ ପାବନୀ

ପୁରୁଷଟି ଯହିଁ ବିବରଣୀ, ନାରୀ ବିଭା ବୈଭବୀ ଅବନୀ ।

ହେ ଜଗତ ଜରାୟୁ ଧାରିଣୀ ! ମୋ ଲେଖନୀ ନମେ କୋଟିବାର

ଛଳ ଛଳ ଛବିଳର ଛଟା, ଜୟକାର ତୁମ ଅଧିକାର ।

***

(ଆଗରୁ ପୋଷ୍ଟ କରିଛି ଆଉଥରେ ନୂଆ ସାଜରେ ଆପଣଙ୍କ ପାଇଁ


Rate this content
Log in

Similar oriya poem from Inspirational