STORYMIRROR

Sasmita Mohapatra

Abstract Drama Others

2  

Sasmita Mohapatra

Abstract Drama Others

ସେ ମଣିଷ

ସେ ମଣିଷ

1 min
253



ଭଙ୍ଗା ଲୁହା,ଭଙ୍ଗା କାଚ,

ଭଙ୍ଗା ଯେତେ ପ୍ଲାଷ୍ଟିକ ଖେଳନା,

ପଲଥିନ୍ ପ୍ୟାକେଟ୍ ର ମୁଣା

କୁଢ କୁଢ ଛିଣ୍ଡା ଫଟା,

ପାହାଡର ଗଦା ଆବର୍ଜନା,

ଦୁନିଆର ଯେତେ ଭଙ୍ଗା

ସବୁ ବୋହି ବୋଝ ବୋଝ

ଜୀଇଁଥାଏ ଜୀବନକୁ

ଫିଙ୍ଗିଥାଏ ଯନ୍ତ୍ରଣାକୁ

ସାହୁକାର ମାପଦଣ୍ଡି ତଳେ

କିଏସେ ସେ କାହିଁକି ଦଇବ

ଲେଖିଦିଏ ତା କପାଳେ

ଭାଗ୍ୟ ନିଉଛଣା

ଅର୍ଥର ଝଣଝଣ ତା ଅଣ୍ଟିର

ସତେ ଲାଗେ କୃଷ୍ଣ ବଂଶୀସ୍ବର।

ଯେତେବେଳେ ଅଳିଆ ଗଣ୍ଠିଲିପରେ 

ଥକା ହୋଇ ବସିପଡେ

ଭାବେ ଆଜିବହୁତ ପାଇଲି

ଆଜି ଏ ଧୂଳିଲଗା ସହରର 

ମୁହିଁ ଅଧିଶ୍ବର ।।

ଗ୍ରୀଷ୍ମର ତତଲା ତା'ର

ମୁଣ୍ଡକୁ କାଟେନା,

ବୋଝର ଭାର କେବେ ଶରୀର ଜାଣେନା,

ଜାଣେ ଖାଲି ପେଟ ଚାଖଣ୍ଡକ

ଆଉଣ୍ଡେଇ ଭିତରକୁ ଗଲେ

ପେଟ ପିଠି ଏକକାର ହେଲେ

ସେଠି ଖାଲି ଖୋଜିବୁଲେ

ତୁମ ଫିଙ୍ଗା ଶୂନ୍ୟ ବୋତଲକୁ,

ତୁମ ଦାନ ଅଇଁଠା ଖଲିକୁ।

ଦୁର୍ଗନ୍ଧ ଆଘ୍ରାଣେ ତୁମ

ଭାବଭଙ୍ଗି ମୁଖ ଚନ୍ଦ୍ରିକାରେ

ସେ ଧାଉଁଛି ଗନ୍ଧର ଭିତରୁ

ଜୀବନର ଇଲାକା ଲୋଭରେ।

ଅସୀମ ପୃଥିବୀ

ପୂର୍ଣ୍ଣତାର ଅବଶୋଷ ନାହିଁ

ତା' ପୂର୍ଣ୍ଣତା ଅନନ୍ତ ସତ୍ତାରେ

ଘୃଣାକୁ ତା ଗ୍ଲାନି ଟିକେ ନାହିଁ

ଫରକ ଏତିକି

ସେ ମାଟିରେ ମାଟି,

ତାତିରେ ତାତି

,ବର୍ଷାରେ ପାଣି, 

ଶୀତରେ ମସ୍ତି।

ତୁମେ କିନ୍ତୁ ଶତତଳ ଅଟ୍ଟାଳିକାରେ

ସଜାଇଥିବା କଣ୍ଢେଇ

ମଣିଷଙ୍କ ଭିତରେ ମଣିଷଟେ ସେ

ତୁମେ କିନ୍ତୁ ମଣିଷର ଭିଡ ମଧ୍ଯେ

ଚଳନ୍ତି ପ୍ରତିମା ।


  


Rate this content
Log in

Similar oriya poem from Abstract