STORYMIRROR

Debasis Ray

Inspirational Children

3  

Debasis Ray

Inspirational Children

ସଦାଚାର

ସଦାଚାର

1 min
210


 ପିଲାମାନେ ଚାଲିବାକୁ ଅଛି ବହୁତ ବାଟ 

ନବୁଝି କେଉଁଥିପାଇଁ ହେବନାହିଁ ଅଝଟ ।


ପିତା ମାତା ଙ୍କ ସଂସ୍କାର କୁ ସଦା ମାନି ଚଳିବ 

ଏହାକଲେ ଭବିଷ୍ୟତ ର ଏକ ଶକ୍ତ ମୂଳଦୁଆ ଦେବ।


ବୁଝିବିଚାରୀ ସବୁ ସାଙ୍ଗ ସୃଷ୍ଟି କରିବ

କୁସଙ୍ଗରେ ପଡିଲେ ବହୁତ ହଇରାଣ ହେବ ।


ପାଠପଢା କୁ କେବେ କରିବନି ହେଳା 

ସେହିପରି କଲେ ନିଶ୍ଚେ ବୁଡ଼ିଯିବ ଭେଳା ।


ଗୁରୁଜନଙ୍କୁ ସଦାବେଳେ କରିବ ଭକ୍ତି 

ଏହା ହେଉଛି ସବୁ ମହାପୁରୁଷ ଙ୍କ ଉକ୍ତି ।

       

ଚଳଣୀ ଓ ବ୍ୟବହାର ରେ ସନ୍ତୁଳନ ରଖିବ

ଈଶ୍ୱରଙ୍କ ଆଶୀର୍ବାଦ ପାଇ ଧନ୍ୟ ହୋଇଯିବ ।


ସମୟର ସଦା କରିବ ସଦଉପୋଯୋଗ 

ବଡ଼ମଣିଷ ହେବା ପାଇଁ ସମୟ ଦେବ ସୁଯୋଗ ।


ଏହି ସଦାଚାର କେବେ ଅନ୍ୟର ଅନ୍ୟାୟ ନକରିବ

ସୁନ୍ଦରଭାବେ ଜୀବନର ଉପଭୋଗ କରିବ ।


Rate this content
Log in

Similar oriya poem from Inspirational