STORYMIRROR

Nibedita Panda

Abstract

4  

Nibedita Panda

Abstract

ସଦ୍ ଗ୍ରନ୍ଥ

ସଦ୍ ଗ୍ରନ୍ଥ

1 min
46


ସଦ୍ ଗ୍ରନ୍ଥ ପଠନେ ଓ ଶ୍ରବଣରେ

       ହୋଇଥାଏ ଜ୍ଞାନୋଦୟ ,

ସେହି ଦିବ୍ୟ ଜ୍ଞାନ ବଞ୍ଚିବା ସୁଗମ

        କରଇ ସବୁ ସମୟ‌।

ସଦ୍ ଗ୍ରନ୍ଥେ ନିହିତ ମହତ ବାଣୀ ଯେ

      ଜୀବନରେ ଉପଯୋଗୀ,

ସଂସ୍କାର ସଂସ୍କୃତି ଉପାଦେୟ ତଥ୍ୟେ

      ମାନବର ସହଭାଗୀ।

ଧାର୍ମିକ ଗ୍ରନ୍ଥ ତ ଅନେକ ରହିଛି

      ନୀତିଶିକ୍ଷା ଅଛି ପୂରି,

ଐଶ୍ୱରୀୟ ଭାବ ମୂଳତତ୍ତ୍ଵ ଯା'ର

      ଅମୃତ ରସରେ ଭରି।

ନୁହେଁ ଅମୂଳକ ନୀତି ନିୟାମକ

      ନିଶ୍ଚୟ ତା' ଗ୍ରହଣୀୟ ,

ପୋଥି ବିଦ୍ୟା ଠାରୁ ଜୀବନର ଶିକ୍ଷା

       ସବୁଠାରୁ ମହନୀୟ।

ସବୁଠାରୁ ଶ୍ରେଷ୍ଠ ଦିବ୍ୟ ସଦ୍ ଗ୍ରନ୍ଥ

       ଗୀତା ଅଟେ ଯା'ର ନାମ,

ପ୍ରଭୁ ଶ୍ରୀକୃଷ୍ଣଙ୍କ ମୁଖରୁ ନିଃସୃତ

       ସତ୍ୟନିଷ୍ଠ ବାଣୀ ମାନ।

କୁରୁକ୍ଷେତ୍ର ଯୁଦ୍ଧେ ସଖା ଅର୍ଜୁନକୁ

      ଶ୍ରୀକୃଷ୍ଣ ଶୁଣାଇ ଥିଲେ,

ସାତଶହ ଶ୍ଳୋକ ଅଠର ଅଧ୍ୟାୟ

       ସଞ୍ଜୟଙ୍କର ମିଶିଲେ।

ଧୃତରାଷ୍ଟ୍ରଙ୍କର ମଧ୍ୟ ଏକ ପଦ

      ରହିଅଛି ତନ୍ମଧ୍ୟରେ,

ସର୍ବଶ୍ରେଷ୍ଠ ଗ୍ରନ୍ଥ ମାନ୍ୟତା ପାଇଛି

    ସତ୍ୟ ,ଧର୍ମ ବିଜୟରେ।

ମହାଭାରତରେ ଗୀତା ଭାଗ ଶ୍ରେଷ୍ଠ

        ଧର୍ମ ତତ୍ତ୍ଵ ସାର ବାଣୀ ,

ପଢିଲେ ବୁଝିଲେ ମୋକ୍ଷର ମାର୍ଗ

        ଖୋଲିଯିବ ନିଶ୍ଚେ ପୁଣି।

ଜ୍ଞାନ, ଧ୍ୟାନ,କର୍ମ ଯୋଗ ସାଧନରେ

          ସତ୍ୟ ପଥ ଅନୁସରି,

ମିଛ ମାୟା ଠାରୁ ରହିବା ଦୂରେଇ

        ଭବୁ ହୋଇଯିବା ପାରି।

କର୍ତ୍ତବ୍ୟ କରିବା ବିବେକାନୁଯାୟୀ

       ଆତ୍ମାକୁ ଦେଇ ପ୍ରାଧାନ୍ୟ,

ଅଧର୍ମ ଅନିତୀ ଠାରୁ ଦୂରେଇଲେ

       ଜୀବନ ହୋଇବ ଧନ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract