STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସ୍ଵଚ୍ଛ ସହର ଅଭିଯାନ

ସ୍ଵଚ୍ଛ ସହର ଅଭିଯାନ

2 mins
17

କବିତା - ସ୍ଵଚ୍ଛ ସହର ଅଭିଯାନ
ରଚନା - ପଞ୍ଚାନନ ଜେନା
ତାରିଖ - ୨୯-୦୬-୨୦୨୫
ଆଜି ବର୍ଷା ଢ଼ାଳୁଛି ପ୍ରବଳ
ସକାଳ ପ୍ରହରୁ ଗଳୁଛି ଗଳ ଗଳ
ସଂବାଦ କହୁଥିଲା
ମୌସୁମୀ ହେବ ସକ୍ରୀୟ ସବଳ
ଭିଜୁଛି ସାରା ସହର
ନୀରବେ ନିଶ୍ଚଳେ
ଲାଗୁଛି ପାଣିପାଗ ଭାରି ଦୁର୍ବଳ 

କାଲିର ଗହଗହ ଭିଡ ଗହଳି 
ଗରମ ଗୁଳୁଗୁଳି
ଯେମିତି ଝପାକେ କୋହଳ
କାଲିର ଟାଆଁସିଆ ଖରା
ଭୀଷଣ ଗ୍ରୀଷମ ଝାଞ୍ଜି ତତଲା ପବନ
ଯେମିତି ନିମିଷେ ଶିରିଷ ମ୍ରିଦୃଳ

ରାସ୍ତା ଉପରେ ପାଣିସୁଅ ଆଣ୍ଠୁଏ
ଜଳାର୍ଣ୍ଣବ ସାରା ବଜାର
ଭିଜୁଛି ପନିପରିବା ମାଛ 
ଗ୍ରାହକ ବେପାରୀ 
ସନ୍ତସନ୍ତିଆ ମାର୍କେଟ କମ୍ପ୍ଲେକ୍ସ ଆରପାର

ଦଳେ ଦୈଡୁଛନ୍ତି ଏପଟ ସେପଟ
ହାତକୁ ମଥା ଉପରେ ଥୋଇ
ଯେମିତି ହେଉ ମୁଣ୍ଡଟା ବଂଚିଯାଉ 
ତିନ୍ତିବାରୁ ରକ୍ଷା ପାଇଯାଉ
ନୋହିଲେ ଜ୍ୱର ତ ଆସିବ ସଞ୍ଜକୁ
ସହେ ଦୁଇ ଉପର
ପାରାସିଟାମଲ୍ ପାଞ୍ଚସହ ଏମଜି
 ଲୋଡ଼ା ପଡିପାରେ
ଶୋଇବା ପୂର୍ବରୁ ଗିଳିବା ଦରକାର

 ପିଚୁ ରାସ୍ତା ସବୁ ଲାଗୁଛି ପରିସ୍କାର ପରିଛନ୍ନ
ଯେମିତି କଳା ଘୁମର ରଙ୍ଗରେ 
ସର୍ବାଙ୍ଗ ଆଛନ୍ନ
ପଲିସ୍ କରା  ନୂଆ ଜୋତା ପରି 
କଳା ମିଚ୍ ମିଚ୍
ସଜବାଜ ହୋଇ ଧୋଇ ଧାଇ ଯାଇଛି ଶୋଇ
ପୂରା ଶାନ୍ତ କାନ୍ତ କମନୀୟ ଛନଛନ

ଟ୍ରକ୍ ବସ୍ କାର୍ ସବୁ ବର୍ଷାରେ ଭିଜୁ ଭିଜୁ
ଦୈଡ଼ୁଛନ୍ତି ଗନ୍ତବ୍ୟ ପଥରେ
ଧାଇଁ ତାଲିଛନ୍ତି ହେଡ୍ ଲାଇଟ୍ ଜଳେଇ
ହର୍ଣ୍ଣକୁ ଦବେଇ ବଜେଇ
ପାଣି ସୁଅକୁ ଦୁଇ କଡକୁ ଆଡ଼େଇ 
ଜୋରସୋରେ ମହା ଆଡ଼ମ୍ବରେ 

ସତେ ଯେମିତି ଅତୀତ କଳିଙ୍ଗ ବୀର ପୁଙ୍ଗବ
ଛୁଆଳସିଂହ କଟୁଆଳସିଂହ ବଳିୟାରସିଂହ
  ପାଇକ ପୁଅମାନେ
ଛାର ବର୍ଷା ପାଣିକୁ ଫୁ ଫୁ କରି
ଦାଣ୍ଡ ଦୁଲୁକେଇ ମାଡି ଚାଲିଛନ୍ତି
ସିଂହ ବିକ୍ରମ ପରାକ୍ରମେ
ଦଳ ବଳ ଥାଟ ପଟୁଆର ନେଇ 
ତୁରି ଭେରି ପିଙ୍ଗା ବଜେଇ
କାଞ୍ଚି କାମାକ୍ଷା ଅଭିଯାନେ ବୋଧେ
ଆଦେଶ ପାଳନ ଶିରୋଧାର୍ଯ୍ୟ
ଆଷାଢ଼ ବର୍ଷା ପବନ ତୋଫାନ
 କିଏ ମାନେ ଶୟନ ସପନ ଅବା ବର୍ଷଣ

ପାଣି ସୁଅରେ ଭାସି ଯାଉଛି 
ଯାବତୀୟ କୁଡ଼ା କଚଡ଼ା
ନାଳ ନିର୍ଦ୍ଦମା ସବୁ ବୁଡି ଅଧାଗଳା
 ରାସ୍ତା ଉପରେ
ଅଳିଆ ଆବର୍ଜନା ମଇଳା ଅସନା 
ବୋଧେ ବର୍ଷା ଆସିଥିଲା
ସ୍ଵଚ୍ଛ ସହର ଅଭିଯାନେ
ପୋଛା ମାରିଦେଲା ବାର୍ଷିକ ଦଶହରା ଉତ୍ସବ ଆଗମନେ

ତଥାପି ବୁଝା ପଡୁନି
ବର୍ଷାଟା କାହିଁକି ଭାରି ଅନିଶ୍ଚିତ ?
ଅନୁମାନର ତରାଜୁରେ କଳି ହୁଏନା ସୁନିଶ୍ଚିତ

କାହାକୁ ଭିଜେଇବ କାହାକୁ ଶୀତେଇବ
କାହାକୁ ଫୁଲେଇବ କାହାକୁ କଂପେଇବ
କାହାକୁ ହସେଇବ କାହାକୁ କନ୍ଦେଇବ
କାହାକୁ ସୃଜେଇବ କାହାକୁ ଭସେଇବ
କାହାକୁ ଗୁଣୁଗୁଣେଇବ କାହାକୁ ଶୁଣୁ ଶୁଣେଇବ
ଭାବିବା କଳିବା ଦୁରୁହ ବ୍ୟାପାର 
ପୂରାପୂରି ଚିନ୍ତା ରହିତ ଗର୍ହିତ 

ବର୍ଷା ଆଗମନ ହିଁ ସ୍ୱାଗତ
ମାତ୍ର ମୂଷଳ ଧାରାରେ ବର୍ଷଣ ହିଁ ବିତ୍ପାତ
ବର୍ଷା ଆସୁ
ସୂଚନା ଦେଇ କି ଆସିଲେ
ତରୁ ତୃଣ ପ୍ରାଣୀ
 ଗରିବ ଗୁରୁବା ଅଗ୍ରଣୀ
ସତର୍କ ରହିବାକୁ ସଜାଗ ରୁହନ୍ତେ 
କ୍ଷୟକ୍ଷତିରୁ ବଞ୍ଚିଯାଆନ୍ତେ ଜୀବଜଗତ

ବର୍ଷାର ଅକସ୍ମାତ ଆଗମନ 
ବେଳେ ବେଳେ 
ତର୍କ ବିତର୍କ ଆଲୋଚନାର 
ମୂଖ୍ୟ ବିଷୟବସ୍ତୁ ପାଲଟେ ମଝିରେ
ଯୁଗେ ଯୁଗେ
ମାନବୀୟ ଆକଳନର ଉପରେ 
ପାଣିପାଗ ବିଭାଗର ସତର୍କ ସୂଚନା ଉର୍ଦ୍ଦ୍ବରେ


Rate this content
Log in

Similar oriya poem from Inspirational