STORYMIRROR

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ସବୁଠୁ ସୁନ୍ଦର

ସବୁଠୁ ସୁନ୍ଦର

1 min
178


ମନରୁ ପାଶୋର ଯାଉନି ଜମା ସବୁଠୁ ସୁନ୍ଦର

ରାଜକୁମାର ଏବଂ ରାଜକୁମାରୀମାନଙ୍କ ଚରିତ ।


ଦୂତ ଆଣିଥିବା ବାର୍ତ୍ତା ଓ ଚିତ୍ରପଟ୍ଟ ଦେଖି

କୁମରଙ୍କ ଆଖିରୁ ହଜିଗଲା ନିଦ

ରୁଚୁ ନାହିଁ ଖିରୀ ପୁରୀ ରାଜଭୋଗ

ଚୌଷଠି ବ୍ୟଞ୍ଜନ 

ପ୍ରାତଃ ମାଛି ଅନ୍ଧାରରୁ ଚଢ଼ି 

ମନପବନ ଘୋଡାରେ

ପ୍ରାସାଦରୁ ନାକ ସିଧା ଆରମ୍ଭିଲେ ଯାତ୍ରା

ଆଲୋଡିତ ସୈ।ନ୍ଦର୍ଯ୍ୟ ପିପାସା ।


ଅଗନା ଅଗନି ବନ

ରଜାପୁଅ ଛନ୍ନଛନ୍ନ ମନ

ତିଳେ ନାହିଁ ଭୟଭ୍ରାନ୍ତି ପଥକ୍ଲାନ୍ତି

ଅବସାଦ କ୍ଷୋଭ 

ବନଦେବୀ ହୁଅନ୍ତି ସହାୟ

ରାଜଜେମା ସୁନ୍ଦରୀ ଅନନ୍ୟା କନ୍ୟା

ସମ୍ପର୍କରେ ମିଳଇ ସୂଚନା

ଲାଭଯୋଗ ଦୁଷ୍କର ଉପାୟ ।


ଘଞ୍ଚବନ ଅନାହତ ଐଶାନ କୋଣରେ

ସାତତାଳ ପଙ୍କ ପୂର୍ଣ୍ଣ ପଦୁମ ପୋଖରୀ

କାଚକେନ୍ଦୁ ପାଣି

ମହମହ ପ୍ରସ୍ଫୁଟିତ ଶତଦଳ

ପ୍ରଫୁଲ୍ଲ କମଳ 

ତୁଠ ଜଗି ବସିଥିବ ଛଦ୍ମବେଶୀ

ବୁଢ଼ୀ ଅସୁରୁଣୀ 

ଯେଉଁ ବୀର ଜିଣିବ ତା ଷଡଭେଦ

କାମ କ୍ରୋଧ ଜ୍ୱାଳା ଓ ଯନ୍ତ୍ରଣା 

ଖୋଲିଯିବ ଗୁପ୍ତ କପାଟିକା

ଲାଭ ହେବ ଦିବ୍ୟଗୁଣ ସୁନ୍ଦରତା

ହୀରାନୀଳା 

ସୁନାର ଫରୁଆ ଭିତରେ ବନ୍ଦଥିବା

ଅସୁରୁଣୀ ଜୀବନ ନାଟିକା 

ଭଅଁରଟି ଫୁର କିନା ଯିବ ଯେବେ ଉଡି

ଅନିନ୍ଦ୍ୟ ନନ୍ଦନବନେ

ଉଭାହେବେ ସ୍ୱୟଂ ରାଜଜେମା

ସବୁଠୁ ସୁନ୍ଦର ପ୍ରେମ

ରଙ୍ଗ ରୂପ ଉଠିବ ଚହଟି ।

ସରିଯାଏ ଅବଶ୍ୟ କଥାଟି

ମରେ ନାହିଁ ଫୁଲଗଛ 

ସୁଗନ୍ଧରେ ଉଠଇ ମହକି ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance