STORYMIRROR

Sunanda Mohanty

Romance Inspirational Others

4  

Sunanda Mohanty

Romance Inspirational Others

ସବୁଠୁ ମିଠା ସେ ଶବ୍ଦ

ସବୁଠୁ ମିଠା ସେ ଶବ୍ଦ

1 min
181

ଯିଏ ଯେତେ ଡାକୁ ତମେ ତମେ ବୋଲି 

ଯାଏ ଆସେ ଜମା ନାହିଁ, ବୁଲିକି ବି ଚାହେଁ ନାହିଁ 

ମନେ ମନେ ଭାବେ ତମେ ଥରେ ମତେ ତମେ ବୋଲି ଡାକନ୍ତ ନାହିଁ 

ଯେମିତି ଧୂପ କାବ୍ୟ ରେ, ମାୟାଧର ମାନସିଂହ କବିମହୋଦୟଭାଇ 

ଲେଖିଲେ ଏମିତି ହୃଦୟେ ବାଜିଲା ରହିଗଲା ତିନିଗାର ହୋଇ 

ସକାଳେ ଡାକନ୍ତି ତମେ ତମେ ବୋଲି 

ସେ ତମେ ର ମୂଲ୍ୟ ନାହିଁ 

ତମେ ଯେବେ ମତେ ତମେ ବୋଲି କୁହ 

ଏତେ ମିଠା କାହିଁ ପାଇଁ 

ଏଇଟା ପ୍ରଣୟ ଏଇଟା ହିଁ ପ୍ରେମ ଆଉ କିଛି ବି ନୁଁହଇ 

ବୁଝିଗଲେ ଲାଗେ ଭାରି ମିଠା 

ନବୁଝିଲେ ସିଏ ନିଶ୍ଚୟ ପ୍ରେମିକ ନୁଁହଇ 

ସଂସାରେ ଏମିତି କେହିତ ନଥିବେ କହିପାରିବେ ହଁ ସିଏ ମୁହିଁ 

ଯିଏ କେବେ ହେଲେ ଅପେକ୍ଷା କରିନି କିଏ ଡାକନ୍ତା 

ତମେ ଗଲ କାହିଁ,ଏମିତି ମଣିଷ କେଉଁଠି କାହିଁ?? 

ତମେ ଶବ୍ଦ ରେ ତାମଠାରୁ ଥରେ ଶୁଣି ଦେବା ପାଇଁ 

କେତେ ଯେ ଆକୁଳ ପରାଣ ଏହି 

ନିଜର ସବୁଠୁ ସେ ଶବ୍ଦ ପରଶେ ଯାଏ ବିମୁଗ୍ଧ ହୋଇ 

ସକାଳ ଧୂପ ରେ ତୁମକୁ ଡାକେ ମୁଁ ତୁମେ ଡ଼ାକୁଥାନ୍ତୁ ମତେ ସେହି 

ସେ ଡାକରା ସାନିଧ୍ୟ ସଂସାର ଜଞ୍ଜାଳ ମିଠା ମିଠା ଲାଗୁଥାଇ 

ମଣିଷ ମନର ଦର୍ପଣ ଭିତରେ ସେହି ତୁମେ ଟିର ଛାଇ 

ସବୁବେଳେ ଥାଇ ପାଖରେ ପାଖରେ ବାଟ ନିଏ କଢ଼ାଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance