STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ସବୁଠୁ ଭଲ ମୋ ବାପା

ସବୁଠୁ ଭଲ ମୋ ବାପା

1 min
397

ମୋ ବାପା ମୋ ପାଇଁ ବ୍ରହ୍ମା ବିଷ୍ଣୁ ଶିବ

ସବୁଠୁ ଭଲ ମୋ ବାପା

ତାଙ୍କ ବିନା ନାହିଁ ମୋର ସଦଗତି

ବାପା ହିଁ ଭାଗ୍ୟ ବିଧାତା ।


ପିତା ପରମାତ୍ମା ଚଳନ୍ତି ଈଶ୍ୱର

ପିତା ହିଁ ପରମ ଧର୍ମ

ତାଙ୍କ ପାଦପଦ୍ମେ ସକଳ ତୀର୍ଥ ମୋ

ପିତା ସ୍ୱର୍ଗ ପୂଜ୍ୟ କର୍ମ ।


ବାପାଙ୍କ ନିର୍ଦ୍ଦେଶ ଅଙ୍ଗୁଳିକୁ ଧରି

ଚାଲି ଶିଖିଛି ମୁଁ ବାଟ

ତାଙ୍କ ଆକର୍ଷଣ ଆତ୍ମିକ ବନ୍ଧନ

ମୋ ଭାଗ୍ୟ ଦୃଷ୍ଟ ଅଦୃଷ୍ଟ ।


ତାଙ୍କ ଶୁଭାଶିଷେ କୁସୁମିତ ହୁଏ

ସସାରେ ମୋ ଚଲାପଥ

ତାଙ୍କରି ଆଦର୍ଶ ଉଦ୍ୟମ ପ୍ରଚେଷ୍ଟା

ସର୍ବଦା ସୁଖ କାରକ ।


ଅପ୍ରତିମ ବାପା ହୃଦୟ ଯାହାର

ସ୍ନେହ ଅନାବିଳ ଭରା

ସୂର୍ଯ୍ୟସମ ସିଏ ପରିବାର ମୁଖ୍ୟ

ଆମେ ଟିକି ଗ୍ରହତାରା ।


ତାଙ୍କରି ଉଜ୍ଜ୍ବଳ କିରଣ ପ୍ରକାଶେ

ଜୀବନ ମୋ ଆଲୋକିତ

ମୂଳାଧାର ବାପା ପାଳନ ସୃଜନେ

ଜୀବନୀ ଶକ୍ତିର ଉତ୍ସ ।


ଉତ୍ତର ଦାୟିତ୍ୱ ପାଳିବି ନିଶ୍ଚୟ

ପଦ୍ମପାଦେ ରଖି ଲୟ

ଜୀବନ ହେବ ମୋ ସଫଳ ସାର୍ଥକ

ପିତୃସେବା ସୁକର୍ତ୍ତବ୍ୟ ।

    


Rate this content
Log in

Similar oriya poem from Inspirational