STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ସବୁଠାରୁ ବଡ ସତ୍ୟ- ମୃତ୍ୟୁ

ସବୁଠାରୁ ବଡ ସତ୍ୟ- ମୃତ୍ୟୁ

1 min
456

'ମର୍ତ୍ୟ ମଣ୍ଡଳେ ଦେହ ବହି 

  ଦେବତା ହେଲେହେଁ ମରଇ'

ଏ ଭାଗବତ ବାଣୀ ସାର

  ମନୁଷ୍ୟ ପାଇଁ ଅଗୋଚର

ଜନ୍ମ ମରଣ ଦୁଇ ଧାର

   ତା ମଧ୍ୟେ ଜୀବନ ଅସାର

ବୟସ ବଢେ କମେ ଆୟୁ

   ତଥାପି ମାନବ ଉଦବାୟୁ

ଶରୀର ସୌଷ୍ଠବ ପ୍ରମାଣେ

   ଧରାକୁ ସରା ପରି ମଣେ

ସମ୍ପତ୍ତି କ୍ଷମତା ନିଶାରେ

   ମୃତ୍ୟୁକୁ ହେଳେ ସେ ପାଶୋରେ

'ମରଣ ବେଳେ ନିଦ୍ରା ଗଲେ

   ଯମ କି ଛାଡିଦେବ ଭଲେ'

ମରଣ ଧୃବ ସତ୍ୟ ଜାଣି

   କର୍ମ କରନ୍ତି ଆତ୍ମ ଜ୍ଞାନୀ

ଶରୀର ପଂଚଭୂତେ ଲୀନ

   ରହିବ ପିତୃ ଦତ୍ତ ନାମ 

ନାମର ସାର୍ଥକତା ପାଇଁ 

   କୀର୍ତ୍ତି ଅର୍ଜନ କର ସାଇଁ

ସ୍ନେହ ସଦିଛା ସତ୍ୟ ବଳେ

    ମରଣ ପାରେ ନାମ ଚଳେ

ନାମକୁ ଅମର ଯେ କରେ

    ମରଣ ଜିଣିପାରେ ହେଳେ

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract