STORYMIRROR

puspalata samantary

Abstract

2  

puspalata samantary

Abstract

ସବୁଜିମା

ସବୁଜିମା

1 min
252

ରଜନୀ ରାଣୀ ପାହାଡ ପଣତେ ଛପିଲା,

କାକର ଭିଜା ସକାଳ ଆନନ୍ଦେ ହସିଲା

ସବୁଜିମା ତୃଣ ମଧ୍ୟେ କାକର ର ବିନ୍ଦୁ,

ଝଲମଲ କରୁଥିଲା ଯେହ୍ନେ ପୂର୍ଣ୍ଣ ଇନ୍ଦୁ

ନୀଳ ଗଗନେ ଉଡିଲେ ନାନା ଜାତି ପକ୍ଷୀ,

ସେ ମୁକ୍ତ ବିହଙ୍ଗ ଦେଖି ଆଖି ରହେ ଲାଖି

ବାଧା କି ବନ୍ଧନ ନାହିଁ କି ଆନନ୍ଦ ମନ,

ସୃଷ୍ଟି ର ସୃଜନା ମଧ୍ୟେ ସେ ଜୀବନ ଧନ୍ୟ

ଖାଦ୍ୟ ବିନା ଆବଶ୍ୟକ ନାହିଁ ତାଙ୍କ ଆନ,

ରାଗ ରିପୁ କ୍ରୋଧ ପୁଣି ମାନ ଅଭିମାନ

ନାନାରଙ୍ଗ ପୁଷ୍ପ ରାଜି ସୁଶୋଭିତ,

ବ୍ରାହ୍ମ ମୁହୂର୍ତ୍ତରୁ ହୋଇ ଥାନ୍ତି ବୃନ୍ତଚ୍ୟୁତ

ଦେବତା ମସ୍ତକେ ପୁଷ୍ପ ଅର୍ଘ୍ୟ ମାନ ଦେଇ,

ସ୍ୱାର୍ଥ ସାଧନେ ମାନବ ହିତ ମନସଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract