STORYMIRROR

Secret Superstar

Inspirational Children

4  

Secret Superstar

Inspirational Children

ସବୁଜ ସାଥେ ନାରଙ୍ଗୀ ଧରି ରଙ୍ଗ ଆସୁଛି ଖେଳି ଖେଳି

ସବୁଜ ସାଥେ ନାରଙ୍ଗୀ ଧରି ରଙ୍ଗ ଆସୁଛି ଖେଳି ଖେଳି

2 mins
244


ଆରେ ବୋଳ ବୋଳ ...ଭଲକି ବୋଳ ..

ଆରେ ହରି ଗାଲେ ତୁ ବୋଳ ..

        ଆରେ ଅବଦୁଲ୍ କୁ ବୋଳ ..

 ଆରେ ଜନ୍ କୁ ବୋଳ ..

ଆରେ ମାର୍ ପିଚ୍ କାଳୀ ...

         ଯାଉଛି ସେ ଡରି ..

ବୋଳିଦେ..ଦେ..ବୋଳିଦେ.. ତା ମୁହେଁ ରଙ୍ଗ ..

ସେ ତ ଆମ ସଭିଙ୍କର ସାଙ୍ଗ ...

ହେ ହୋଲି ରେ ...ହୋଲି

ରଙ୍ଗ ଆସୁଛି ଖେଳି ଖେଳି...।।


ଅଛି ନାରଙ୍ଗୀ କା ପାଶେ ...

ଦେ ଦେ ନା..(ଆବେ ଦେ ନା ) ତୁ ଏବେ 

ଆରେ ଯାଉଛି ସେ ଡରି ...

       ଦେ ତାକୁ ଶରଧା ରେ ବୋଳି ..

(ଆରେ ଦେ ଦେ ..)

ଇଏ ନାରଙ୍ଗୀ ର ଫଗୁ ...

ଥରେ ଲାଗିଲେ ଦେହରେ ...ସାହାସୀ ତୁ ହେବୁ ...

ଆରେ ଶୁଣନା ମଉସା ମୋର ...

       ତୁ ଡରନା ...ନୁହେଁ ଇଏ ରଙ୍ଗ ସ୍ବାର୍ଥପରତାର ..

 ପ୍ରେମର ହାତରେ ସାହାସ ଇଏ ...

  ଆ ଖେଳିବା ଆଜି ଦିନଟା ପାଇଁ ଟିକେ ..

ହୋଲି ରେ ...ହୋଲି

ରଙ୍ଗ ଆସୁଛି ଖେଳି ଖେଳି..।।


ଆରେ କରିବା ମଉଜ ...

ସାଥେ ଧରି ରଙ୍ଗ ଯେ ସବୁଜ ..

ଆରେ ଖୋଜ ଖୋଜ...

    ସେ ଲିପୁ କୁ ଖୋଜ ...

ଗରିବ ବୋଲି ସେ ଲୁଚିଛି ଘରେ ...

      ରଙ୍ଗୀନ୍ କରିବା ଆସ ତାକୁ ସବୁଜରେ ...

ଆରେ ଦେଖେ ଯାଉଛି ପମି ମାଉସୀ ...

ଦେ ଦେ ତାକୁ ସବୁଜ ବୋଳି କି ଆସୁଛି ..

ମାଉସୀ ମଉଜ କରିବୁ ଆ ଆମ ସାଥିରେ ...

ଆଣିଛୁ ସବୁଜ ଏକା ତୋ ପାଇଁରେ ..

ହୋଲି ରେ ..ହୋଲି

ରଙ୍ଗ ଆସୁଛି ଖେଳି ଖେଳି ...।।


ଆରେ ବୋଳ ବୋଳ ..

ଶ୍ବେତ ସାଥେ ବୋଳ ଗାଢ ନୀଳ ...

ଶାନ୍ତି ମୈତ୍ରୀ ଗୋଟେ ଧର୍ମ ଆମର ...

 ଆରେ ବୋଳ ବୋଳ ...ଭଲକି ବୋଳ ..

ଆରେ ହରି ଗାଲେ ତୁ ବୋଳ ..

        ଆରେ ଅବଦୁଲ୍ କୁ ବୋଳ ..

 ଆରେ ଜନ୍ କୁ ବୋଳ ..

ଆରେ ମାର୍ ପିଚ୍ କାଳୀ ...

         ଯାଉଛି ସେ ଡରି ..

ବୋଳିଦେ..ଦେ..ବୋଳିଦେ.. ତା ମୁହେଁ ରଙ୍ଗ ..

ସେ ତ ଆମ ସଭିଙ୍କର ସାଙ୍ଗ ...

ହେ ହୋଲି ରେ ...ହୋଲି 

ରଙ୍ଗ ଆସୁଛି ଖେଳି ଖେଳି...।।


ନାରଙ୍ଗୀ ସବୁଜ ଶ୍ବେତ ଗାଢ ନୀଳ ...

ସାରା ବିଶ୍ବେ ରଙ୍ଗୀନ ଦେଶ ଆମର ..

ଶୁଣ ଭାଇ ମୋର ...

    ଲଗେଇବୁନି କେବେ ରଙ୍ଗ ସ୍ବାର୍ଥପର...

 ଛୁଇଁବୁନି କେବେ ତୁ ରଙ୍ଗ ପ୍ରତାରଣା 

 ହୋଲି କିଏ ଏକା ଖେଳିପାରେନା ...

ସବୁଜ ସାଥେ ଧରି ...

       ନାରଙ୍ଗୀକୁ ଦେହେ ବୋଳି

  ଆ ଖେଳିବା ହୋଲି ...

  ରଙ୍ଗୀନ୍ କରିବା ଦେଶ ଆମରି ...

ହୋଲି ରେ ହୋଲି ..

ରଙ୍ଗ ଆସୁଛି ଖେଳି ଖେଳି ..।।



Rate this content
Log in

Similar oriya poem from Inspirational