ସବୁଜ ପରୀ
ସବୁଜ ପରୀ
ସବୁଜ ପରୀ ଆସ
କାହିଁ ବସିଛ ମନ ମାରି
ଆମରି ସାଥେ ଟିକିଏ ହସ l
ତନୁ ହେଲାଣି କ୍ଷୀଣ
ନିତି ସହୁଛ କୁଠାର ଘାତ
ଦିସିଲଣି କେତେ ଜୀର୍ଣ୍ଣ ଶୀର୍ଣ୍ଣ l
ସବୁଜିମା ଗଲାଣି ଲୁଚି
ସବୁଠି କଂକ୍ରିଟ ରାସ୍ତା
ଧାଡି ଧାଡି କୋଠାଘର ଆଖିରେ ପଡ଼ୁଚି l
ରୋଗ ବଇରାଗ ଆସେମାଡି
ଚଷା ମୁଣ୍ଡେ ହାତ
ଫେରନା ବରଷାରାଣୀ ଶୁଭେନା ବେଙ୍ଗରଡ଼ି l
ବୁଝିଛି ଆଜି ମହତ୍ତ୍ୱ
ନେବି ତୁମରି ଯତନ
ସ୍ନେହ ପରସେ ଭରିଣ ଯିବ କ୍ଷତ l
ଧରା ହେବ ସବୁଜ ମୟ
ନେତ୍ର ଫେଡ଼ି ଦେଖିବ
ସୁନେଲି କିରଣେ ଉଦିତ ନବ ସୂର୍ଯ୍ୟଦୟ l
