STORYMIRROR

Shashanka sekhar Ray

Tragedy

3  

Shashanka sekhar Ray

Tragedy

ସବୁଜ କୋଠରୀ

ସବୁଜ କୋଠରୀ

1 min
252


ଚାରିଆଡେ କଳାଧୂଆଁ ବାରୁଦର ଗନ୍ଧ

କୁଢ କୁଢ ପଚା ଶବର ରୋଷଣୀ

ଫାଟିପଡେ ନାକ ଆଜି

ଅଣନିଶ୍ଵାସୀ ଲାଗେ ପ୍ରକୃତିର ତାଣ୍ଡବ ।

ସବୁ କିଛି ଲୁଟି ସାରିବା ପରେ

କାହିଁ ତୁମ ଜହ୍ଲାଦ ମନ 

ବୁଝେନି ଧର୍ଷଣ କରୁଥାଅ ବାରମ୍ଵାର

କେବେ କିଛି ସେ ତ୍ ମାଗିନି ତୁମକୁ

ଦେଇ ଚାଲିଛି ଅବିଶ୍ରାନ୍ତ ଯେତେ ସମ୍ଭବ ।

ସବୁକିଛି ବଦଳିଯାଇଛି ଏଠି

ଖରା ବର୍ଷା ଶୀତ କାକର

ଆକାଶ ଆଉ ଦିଶୁନି ଗାଢ ନୀଳ

ଶୁଭୁନି ଗଛ ଡାଳେ ପକ୍ଷୀର କାକଳି

ଖୋଲା ପବନ ଯେମିତି କୁଆଡେ ଫେରାର

ଅଦିନରେ ଘଟିଚାଲିଛି କେତେ ଅଘଟଣ ।

କଂକ୍ରିଟ ଜଙ୍ଗଲେ ହେଣ୍ଟାଳ ଛାଡୁଛି

ଅହରହ ସ୍ଵାର୍ଥର ବାଘଟିଏ

ମାଟିପାଣି ପବନେ ଭରି ବିଷ

ଛାଡିଚାଲିଯିବାକୁ ମନ ଆଉ କେଉଁ ଗ୍ରହେ

ସବୁ ଜାଣିଶୁଣି କରୁଥାଏ ଭୂଲ ପରେ ଭୂଲ

ପ୍ରଳୟର ରୂପ ଦେଖି ବି ଅନ୍ଧ ସେ

ପିପାସା ମେଣ୍ଟୁନି ତୃଷାତୁର ତାର ମନ ।

ବେଳରୁ ସାବଧାନ ଆଜି ବି ସମୟ ଅଛି

ବହୁତ ତୁମ ପାଶେ

ଯଦୁବଂଶ ପରି ସୋମପାନ ନିଶାରେ

କରନି ନାଶ ସୁନ୍ଦର ସବୁଜିମାକୁ

ନିଜେ ନିଜ ଗୋଡେ କୁରାଢୀ ମାରି ।

ଆସ ଥରେ ଆମେ ବଢାଇବା ସହଯୋଗର ହାତ

ହାତ ପରେ ହାତ ରଖି ଶପଥ ନେବା

ସବୁଜ ରଙ୍ଗେ ରଙ୍ଗାଇଦେବା ଧରାକୁ

ଶାନ୍ତିରେ ଟିକେ ନିଶ୍ଵାସ ନେବାକୁ

ଫେରାଇ ଆଣିବା ଖୋଲା ପବନକୁ

ପକ୍ଷୀର କାକଳିକୁ

ଆକାଶର ନୀଳିମାକୁ

ଗଛଟିଏ ଲଗାଇ ନିଜ ହାତେ

ସବୁରି ଓଠେ ହସ ଦେବା ଭରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy