ସବୁ ଯେ ଆବଶ୍ୟକ
ସବୁ ଯେ ଆବଶ୍ୟକ
ସୂରୁଜ କିରଣ ଧରାକୁ ଛୁଇଁଲେ
ଜଳଜଳ ହୋଇ ସବୁ ଦିଶେ
ଦିଶୁଥାଏ ଜାଣ ଆଲୋକ,
ଚାଲିଗଲେ ସୂର୍ଯ୍ୟ ଦିଶେ ନାହିଁ କିଛି
ଚତୁର୍ଦ୍ଦିଗ କଳାକଳାଦିଶେ
ଅନ୍ଧକାର ନାହିଁ ଆଲୋକ।
ଅନ୍ଧାର ହଟାଏ ଆଲୋକ
ରାତି ଗଲେ ଆସେ ଦିନ
ପାପପୂଣ୍ୟ ପରି ଅନ୍ଧାର ଆଲୁଅ
ଖରା ଛାଇ ପରି ରାତି ଦିନ।
ଏ ଜଗତେ ପରା ସତମିଛ ପରି
ଭଲମନ୍ଦ ଆଉ ସୁଖଦୁଃଖ,
ଉପର ତଳ ଖରା ଆଲୁଅ ଶତୃମିତ୍ର
ପୁଣି ଏପାଖ ସେପାଖ ଦେଖ।
ସବୁ ଅଛି ଆବଶ୍ୟକ