STORYMIRROR

Ghanashyam Biswal

Tragedy

3  

Ghanashyam Biswal

Tragedy

ସବୁ ସପନ ହୁଏନି ସତ

ସବୁ ସପନ ହୁଏନି ସତ

1 min
280

କାଲାମ ସିନା କହି ପାରିବେ

ସତିଆ ସପନ କେତେ ମହଙ୍ଗା

ହାଡ଼ ଭଙ୍ଗା ଶୀତ ଆଉ ପାଦଫୁଟା ଖରାକୁ

ସହିବାର ଅନୁଭୂତି

ଭୋକିଲା ବାଟୋଇକୁ ଯାଇ ପଚାର

ସପନର ଶୀତଳ ଛାଇକୁ

ହାତେଇବାକୁ

ନିଦହଜା ରାତିମାନଙ୍କୁ ପଚାର

ବଖାଣିବେ ସେମାନେ ବୁକୁଫଟା କାହାଣୀ

ଥରିବ ଦେହ ଆଉ ଦୋହଲିବ ମନ

ଶୁଖିଲା ନଦୀକୁ ପଚାର

ବୁନ୍ଦାଏ ବୁନ୍ଦାଏ ପାଣିରେ

ସାଗରକୁ ପହଂଚିବାର ଅସହ୍ୟ ସଂଘର୍ଷ

ଦାନା ମାଝୀ ସିନା କହିବ

ଛାତିର କଲିଜା ଛିଣ୍ଡିଯିବାର ଦରଦ କେତେ

ମନର ମାନସୀକୁ କାନ୍ଧରେ ବୋହି କୋକେଇ ନେବାର

ବିରହ ଯନ୍ତ୍ରଣା

ଆଉ ଦଶରଥ ମାଝୀ ବି

ଗୋଟି ଗୋଟି କରି ଶୁଣାଇବ

ପାହାଡକୁ ଚିରିବାର ସାହସ ଓ ଧୌର୍ଯ୍ୟର ସୀମା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy