STORYMIRROR

Niranjan Sahu

Tragedy Others

4  

Niranjan Sahu

Tragedy Others

ସବୁ ହୋଇଯାଏ ବୃଥା

ସବୁ ହୋଇଯାଏ ବୃଥା

1 min
137

ତୁ ଯେତେ ମାଠୁଛ ମାଠେ   

 ମୁଁ ସେଇ ଦରପୋଡା କାଠେ  


ଅଠର ବର୍ଷ ର କମ ପିଲାଙ୍କୁ

ଗାଡି ଚଲେଇବା ମନା ହେଲେ ମାନୁଛି କିଏ?


ଦୁଇ ଚକିଆ ଗାଡ଼ିରେ ତିନି

ଯିବା ପାଇଁ ମନା ହେଇଛି ହେଲେ ମାନୁଛି କିଏ?


ଯେତେ ବୁଝେଇଲେ କେହି ବୁଝିବେନି

ଏଠିତ ଅବୁଝା ବେସି 

ଯେତେ ମନା କଲେ କେହି ମାନିବେବେନି

ଏଠି ଅମାନିଆ ବେସି 


ଯେତେ ଶୁଣେଇଲେ କେହି ଶୁଣିବେନି

ଏଠି ନଶୁଣିବା ଲୋକ ବେସି 

ଯେତେ ଦେଖେଇଲେ କେହି ଦେଖିବେନି

ଏଠି ଆଖିଥିବା ଅନ୍ଧ ବେଶି


ଯେତେ ସଚେତନ କଲେ କି ହେବ ଭାଇ

ଏଠି ଶିକ୍ଷିତ ମୁରୁଖ ବେଶି

ଯେତେ ଯାହାକଲେ କେହି ଜାଣିବେନି

ଏଠି ଠେସା ଲୋକ ପ୍ରାୟ ବେଶି

କିଛି ଗୋଟିଏ ଦୁର୍ଘଟଣା ହେଲେ

କାନ୍ଦୁଥିବେ ଖାଲି ବସି 


ଦୁଇଦିନ ପାଇଁ ହୋହାଲ୍ଲା ହେବ

ନଗରରୁ ପଲ୍ଲୀ ଯାଏ 

ଦୁଇଦିନ ପରେ ସବୁଭୁଲିଯିବେ

ପୁଣି ଯେସାକୁ ତେସାହିଁ ଥାଏ  

ଏଇଟା ଲୋକଙ୍କ କଥା  

ଏ ଲୋକମାନଙ୍କୁ ଯେତେ ବୁଝେଇଲେ

ସବୁ ହୋଇ ଯାଏ ବୃଥା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy