STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ସବୁ ଧର୍ମର ସାରମର୍ମ ଗୋଟିଏ

ସବୁ ଧର୍ମର ସାରମର୍ମ ଗୋଟିଏ

1 min
200

ଜଳର ଧର୍ମ ତଳକୁ ବହିବା ବାୟୁର ଧର୍ମ ସବୁଥିରେ ଜାଗା

ସମୁଦ୍ରର ଧର୍ମ ଗରୁ ଗମ୍ଭୀର ଅଗ୍ନିର ଧର୍ମ ସର୍ବଭକ୍ଷୀ ହେବା ।


ହିଂସ୍ର ପଶୁ ଧର୍ମ ଗୋଡାଇ ମାରିବା ସର୍ପର ଧର୍ମ ଦନ୍ତାଘାତ ଯଥା

ମାନବର ଧର୍ମ ମାନବବାଦଟି ଜୀବେ ଦୟାକ୍ଷମା ସହନଶୀଳତା।


ଆଦିମ ମାନବ ପ୍ରକୃତିର ଦାନ ଉପକାର ପାଇଁ ବାଢି କୃତଜ୍ଞତା

ନଦୀ ପରବତ ବୃକ୍ଷ ସୂର୍ଯ୍ୟ ଚନ୍ଦ୍ର ଏମାନଙ୍କ ଲାଗି ପୂଜା ପାର୍ବଣତା ।


ଧୀରେ ଧୀରେ ହେଲା ଧର୍ମ ଗୋଷ୍ଠୀ ଗଢା ସନାତନ ତାର ନାମ

ତେତ୍ରିଶ କୋଟିର ଦେବତା ସେମାନେ ଆସନ୍ତି ଆମର କାମ ।


ଏକାଦଶ ରୁଦ୍ର ଦ୍ୱାଦଶ ଆଦିତ୍ଯ ଅଷ୍ଟ ବସୁ ପୁଣି ଅଶ୍ୱିନି କୁମାର

ଚୀର ବନ୍ଦନୀୟ ତେତ୍ରିଶ ପ୍ରକାର ଏହିମାନେ ପରା ଦେବତା ଆମର ।


ସୃଷ୍ଟିର ବୈଚିତ୍ର୍ୟ ରହସ୍ୟକୁ ଭେଦ ପାଇଁ ମୁନି ଋଷି ତ୍ୟାଗ ନାନା କଲେ

ରଚି ଚତୁର୍ବେଦ ଉପନିଷଦକୁ ଅଷ୍ଟାଦଶ ପୁରାଣର ମର୍ମ ଗୀତା ଦେଲେ ।


ବ୍ରାହ୍ମଣ୍ୟ ଧରମେ ହୋଇଣ ଅତିଷ୍ଠ ମହାବୀର ଜୈନ ପୁଣି ସାକ୍ୟସିଂହ

ଜୈନ ବୁଦ୍ଧ ଦୁଇ ଧର୍ମ ଗୋଷ୍ଠୀ ହେଲେ ହୋଇ ମଧ୍ୟ ହିନ୍ଦୁ ଧରମର ଅଂଗ ।


ଇଶ୍ୱରଙ୍କ ବାଣୀ ନେଇ ୟିଶୁଖ୍ରୀଷ୍ଟ ବାଇବେଲ ରଚି ଧର୍ମ ନାମ ଖ୍ରୀଷ୍ଟ

ମହାପୁରୁଷ ସେ ମହମ୍ମଦ ପୁଣ ରଚିଲେ କୋରାନ ମୁସଲମାନ୍ ଇଷ୍ଟ ।


ଜୀବେ ଦୟା ପ୍ରତିବେଶୀ ଆତ୍ମ ଜ୍ଞାନ ପର ଦାରା ମାତୃ ଜ୍ଞାନ

ପରଦ୍ରବ୍ୟ ମାଟି ଗୋଡି ପରି ଦୃଷ୍ଟି ପାପଟି ପର ପୀଡନ ।


ଧର୍ମ ବିଶ୍ୱାସର ପନ୍ଥା ଭିନ୍ନ ଭିନ୍ନ ଲକ୍ଷ୍ୟତ ଗୋଟିଏ ଈଶ୍ବର ପ୍ରାପତି

ଶିକ୍ଷା ପ୍ରାପ୍ତିକରି ସବୁ ଜାଣିସାରି କାହିଁ ଏତେ ଦ୍ୱେଷ ଆନ ଧର୍ମ ପ୍ରତି !


ଧର୍ମ ଧ୍ୱଜାଧାରୀ ଜାଣିବି ଅଜଣା ଦ୍ୱେଷ ସୃଷ୍ଟି କରି କରନ୍ତି ବିଷମ

ସବୁ ଧର୍ମ ଗୋଷ୍ଠୀ ଯୋଡି ହେବେ ଯଦି ଗୋଟିଏ ସୂତ୍ରରେ ମାଳା ଅନୁପମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational