ସବୁ ବିଜ୍ଞାନର ଦାନ
ସବୁ ବିଜ୍ଞାନର ଦାନ
ଦୈନନ୍ଦିନ ଆମ ଜୀବନରେ ଯାହା
ଯନ୍ତ୍ରପାତିର ଭୂମିକା ,
କହିଲେ ସେ କଥା ସରିବନି ଜମା
ଅଧା ରହିଯିବ ଲେଖା ।
ଯାନବାହନରେ ଯାତାୟାତ ହୁଏ
ଅଳ୍ପ ସମୟରେ ଶୀଘ୍ର ,
ଆଗକୁ ବର୍ଷା କି ତୋଫାନ ହୋଇବ
ଜଣାଉଛି ପାଣିପାଗ ।
କଳପଙ୍ଖା ଦିଏ ଗରମ ଦିନରେ
ଶୀତଳ ପବନ ଅତି ,
ଘଣ୍ଟା ଦେଖି ଆମେ ସମୟ ଜାଣନ୍ତି
କେତେ ବେଳ ଗଲା ବିତି ।
ଦୂରଦର୍ଶନ ଓ ରେଡ଼ିଓ ଯୋଗାଏ
ସମ୍ବାଦ-ମନୋରଞ୍ଜନ ,
ଚଳଭାଷ ଯୋଗେ ଦୂର ବାର୍ତ୍ତାଳାପ
ସହ ମିଳେ ବହୁ ଜ୍ଞାନ ।
କୃଷିକାର୍ଯ୍ୟ ଏବେ ସହଜ ହେଲାଣି
ଏହି ଯନ୍ତ୍ରପାତି ଯୋଗୁ,
ବିହନ ବୁଣିବା ,ରୋଇବା ,କାଟିବା
ଅମଳ କଲାଣି ସବୁ ।
ଡାକ୍ତରି ଚିକିତ୍ସା ସୁବିଧାରେ ହୁଏ
ଚିହ୍ନଟ ହୁଅଇ ରୋଗ ,
p>
ଘର ଚଢ଼ିବାକୁ ଚଳନ୍ତା ସିଡ଼ି ଯେ
କରାଯାଏ ଉପଯୋଗ ।
ଗୃହୋପକରଣ ରେଫ୍ରିଜରେଟର
ପାଣିପମ୍ପ ,ଗ୍ରାଇଣ୍ଡର ,
ଦମକଳ ଅଗ୍ନି ନିର୍ବାପକ କରେ
ହୋଇ ଅତି ତତପର ।
କରତ ,କୁରାଢ଼ୀ ,ନିହାଣ ,କରଣୀ
ଅଟେ ରାଜମିସ୍ତ୍ରୀ ଯନ୍ତ୍ର ,
ଘର ତିଆରି ଓ ଉପକରଣରେ
ହୋଇଥାଏ ବ୍ୟବହୃତ ।
ଆହୁରି ବି ଯନ୍ତ୍ର ଛାପି ଦେଇଥାଏ
ଆମ ପାଇଁ କେତେ ବହି ,
ଭଳି ଭଳି ବସ୍ତ୍ର ପ୍ରସ୍ତୁତ ହୁଅଇ
ସହଜରେ ଦେଲି କହି ।
ଦେଶ ପ୍ରତିରକ୍ଷା ସାମଗ୍ରୀଗୁଡିକ
ଯନ୍ତ୍ରରେ ବି ହେବ ଗଣା ,
ସେଥିପାଇଁ ଆମ ନିରାପତ୍ତା ଲାଗି
ଚିନ୍ତାଟି ହୁଅଇ ଊଣା ।
ବୁଲେଟ ଟ୍ରେନ ଠୁ ମହାକାଶ ଯାନ
ସବୁ ବିଜ୍ଞାନର ଦାନ,
ସଠିକ ପ୍ରୟୋଗେ ସୁଖଦ ହୋଇଛି
ଆମ ମାନବ ଜୀବନ।।