STORYMIRROR

PURUSOTTAM NAYAK

Abstract

2  

PURUSOTTAM NAYAK

Abstract

ସବୁ ବଦଳି ଯାଇଛି

ସବୁ ବଦଳି ଯାଇଛି

1 min
339

ସବୁ ଠିକ୍ ଥିଲା କାଲି ପାଇଁ

କିନ୍ତୁ, ହଠାତ୍ ସବୁ ବଦଳି ଯାଇଛି

ସ୍ଵପ୍ନ ସବୁ ଭାଙ୍ଗି ଯାଇଛି

ଫିକା ଫଗୁଣର ଦରଦୀ ଶୋକ

ଫିକା ପଡିଛି ଫୁଲ ର ମହକ"


ଏଇ ସେ, ଭୈରବ ଆସିଛି

ମାଟି ସବୁ ଫାଟି ଯାଇଛି

ନାହିଁ ତ ସବୁଜ ବନାନୀ

ଏବେ ବିବସ୍ତ୍ରା ମୋ ଅବନୀ

ଲବଙ୍ଗ ଦ୍ଵୀପରେ ଲାଗିଛି ନିଆଁ

ଜଳିଯିବ ଏଇ ସାରା ଦୁନିଆଁ

ହଜିଯିବ, କୋଇଲି ର ରାଗିଣୀ

ରକ୍ତ ହୋଇଯିବ ଏ ଗଙ୍ଗା ପାଣି"


ଆଉ ନିମିଷେ ଅପେକ୍ଷା କର

ଆସିଯିବ ଘୋର ଅମା ଅନ୍ଧାର!

ଯାହାଥିଲା ଅଳ୍ପ ବାକି,ମିଶି ଯିବ

ସେଇ ଅନ୍ଧାରରେ

   ଜୀବନ ଦ୍ଵୀପର

     ଶେଷ ସଳିତା ଖଣ୍ଡକ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract