ସବୁ ବଦଳି ଯାଇଛି
ସବୁ ବଦଳି ଯାଇଛି
ସବୁ ଠିକ୍ ଥିଲା କାଲି ପାଇଁ
କିନ୍ତୁ, ହଠାତ୍ ସବୁ ବଦଳି ଯାଇଛି
ସ୍ଵପ୍ନ ସବୁ ଭାଙ୍ଗି ଯାଇଛି
ଫିକା ଫଗୁଣର ଦରଦୀ ଶୋକ
ଫିକା ପଡିଛି ଫୁଲ ର ମହକ"
ଏଇ ସେ, ଭୈରବ ଆସିଛି
ମାଟି ସବୁ ଫାଟି ଯାଇଛି
ନାହିଁ ତ ସବୁଜ ବନାନୀ
ଏବେ ବିବସ୍ତ୍ରା ମୋ ଅବନୀ
ଲବଙ୍ଗ ଦ୍ଵୀପରେ ଲାଗିଛି ନିଆଁ
ଜଳିଯିବ ଏଇ ସାରା ଦୁନିଆଁ
ହଜିଯିବ, କୋଇଲି ର ରାଗିଣୀ
ରକ୍ତ ହୋଇଯିବ ଏ ଗଙ୍ଗା ପାଣି"
ଆଉ ନିମିଷେ ଅପେକ୍ଷା କର
ଆସିଯିବ ଘୋର ଅମା ଅନ୍ଧାର!
ଯାହାଥିଲା ଅଳ୍ପ ବାକି,ମିଶି ଯିବ
ସେଇ ଅନ୍ଧାରରେ
ଜୀବନ ଦ୍ଵୀପର
ଶେଷ ସଳିତା ଖଣ୍ଡକ!
