Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ସ୍ବର୍ଣ୍ଣ ଲଙ୍କା

ସ୍ବର୍ଣ୍ଣ ଲଙ୍କା

1 min
173



ବିଶ୍ରବା ନନ୍ଦନ ଅଟଇ ରାବଣ

     ଲଙ୍କାପୁର ଅଧୀଶ୍ଵର 

ମୟ ଦାନବର ନିର୍ମିତ ନଗରୀ

   ଦିଶେ କେଡେ ମନୋହର ।

ସୁବର୍ଣ୍ଣେ ନିର୍ମିତ ଅଟେ ଏହି ଲଙ୍କା 

    ରକ୍ଷାସଙ୍କ ବାସସ୍ଥାନ 

ତ୍ରିପୁର ବିଜୟୀ ଅଟେ ଦଶାନନ

     ପ୍ରଜାଙ୍କୁ କରେ ଶାସନ ।

ଦେବତାମାନଙ୍କୁ ପାଦରେ ଖଟାଏ

    ସ୍ବର୍ଣ୍ଣ ଲଙ୍କାପୁରେ ସିଏ

ବରୁଣ ଦେବତା ଜଳ ଭାର ନିତି

    ଲଙ୍କାରେ ଯୋଗାଇ ଥାଏ ।

ପବନ ଦେବତା ଓଳାନ୍ତି ନଗର

    ଇନ୍ଦ୍ର ଦ୍ୱାରପାଳ ଥାନ୍ତି 

ପିତାମହ ବ୍ରହ୍ମା ସ୍ବର୍ଣ୍ଣ ଲଙ୍କା ପୁରେ

    ବେଦ ମୁଖେ ଉଚାରନ୍ତି ।

ମୃତ୍ୟୁର ଦେବତା ଜନ୍ତୁପତି ଯମ

    ନିଦ୍ରାରୁ ଥାନ୍ତି ଉଠେଇ

ଦେବତାମାନଙ୍କ ଅପକର୍ମ ଦେଖି

    ଦଣ୍ଡ ଦିଏ ଲଙ୍କ ସାଇଁ ।

ସବୁବେଳେ ପୂଜା ପାଠ ମନ୍ତ୍ର କରେ 

     ବିଶୁଦ୍ଧ ବ୍ରାହ୍ମଣ ସିଏ

ମୁଖେ ସଦା ଚାରି ବେଦ ରହି ଥାଏ

    ଧାର୍ମିକ ସେ ଲଙ୍କ ରାଏ ।

ସ୍ବର୍ଣ୍ଣ ଲଙ୍କାପୁରେ ସବୁ ତାର ଥିଲା

    ନ ଥିଲେ ଲକ୍ଷ୍ମୀ ନାରାୟଣ 

ଲକ୍ଷ୍ମୀଙ୍କୁ ଆଣିଲେ ଆସି ଯିବେ ପ୍ରଭୁ

     ଭାବିଲା ଜ୍ଞାନୀ ରାବଣ ।

ମନେ ଖୋଜୁଥିଲା କେମିତି ଆଣିବ

    କରୁଥିଲା ମନେ ଚିନ୍ତା 

ସୂର୍ପଣଖା ଯେବେ ବାରତାଟି ଦେଲେ

     ହରଣ କରିଲେ ସୀତା ।

ସ୍ବର୍ଣ୍ଣ ଲଙ୍କାପୁରେ ଲଙ୍କେଶ୍ୱରୀ ଦେବୀ

    ଲଙ୍କା ସୁରକ୍ଷା କରନ୍ତି 

ବୀର ହନମାନ ଜାବୁଡା ମାଡରେ

   ଲଙ୍କା ଛାଡି ଚାଲି ଯାନ୍ତି ।

ସ୍ବର୍ଣ୍ଣ ପୁର ଲଙ୍କେ ଅଶୋକ ବନରେ

    ସୀତାଙ୍କୁ ନେଇ ରଖିଲେ 

ସୀତା ଠାବ କରି ବୀର ହନୁମାନ 

    ସ୍ବର୍ଣ୍ଣ ଲଙ୍କା ଜାଳି ଦେଲେ ।

ଇନ୍ଦ୍ରଙ୍କ ଆଦେଶେ ଦେବ ଶିଳ୍ପୀ ଆସି

    ବିଶ୍ବକର୍ମା ପହଞ୍ଚିଲେ 

ଶତ ଗୁଣେ ସ୍ବର୍ଣ୍ଣପୁର ଲଙ୍କାକୁ ସେ

    ସ୍ବହସ୍ତେ ନିର୍ମାଣ କଲେ ।

ରାମ ରାବଣର ଚାଲିଲା ସମର

    ତ୍ରିଭୁବନ କମ୍ପିଗଲା

ରାମଙ୍କ ହସ୍ତରେ ସେ ବ୍ରହ୍ମଶରରେ

    ରାବଣ ବିନାଶ ହେଲା ।

ସ୍ବର୍ଣ୍ଣ ଲଙ୍କା ପୁର ରାଣୀ ମନ୍ଦୋଦରୀ

     ବିକଳେ କ୍ରନ୍ଦନ କଲେ

ବିଭୀଷଣ ସାଥେ ମନ୍ଦୋଦରୀଙ୍କୁ

     ବିବାହ କରାଇ ଦେଲେ ।

ସ୍ବର୍ଣ୍ଣ ଲଙ୍କା ପୁର ରାଜା ବିଭୀଷଣ 

    ରାଣୀ ହେଲେ ମନ୍ଦୋଦରୀ 

ଶୁଭ ଆଶୀର୍ବାଦ ହସ୍ତ ମାଥେ ଦେଲେ

    ଜାନକୀ କୋଦଣ୍ଡଧାରୀ ।

ରାମଙ୍କ ହସ୍ତରେ ରାବଣ ମରିଣ

   ହୋଇଲା ବୈକୁଣ୍ଠ ପ୍ରାପ୍ତ

ଲକ୍ଷ୍ମୀ ନାରାୟଣ ମର୍ତ୍ତ୍ୟେ ଅବତରୀ

    ଶାପୁ କରିଥିଲେ ମୁକ୍ତ ।



Rate this content
Log in

Similar oriya poem from Abstract