STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ସ୍ବରବର୍ଣ୍ଣ

ସ୍ବରବର୍ଣ୍ଣ

1 min
166

ଆସରେ ପିଲାଏ 

ଶିଖିବା ଆସ

ଓଡିଆ ଅକ୍ଷର

 ଅ ଠାରୂ ଔ


ନାଚି ନାଚି ଏକାଠି 

ହେବା ଆସ

ଖୁସି ହେବେ ଆମ 

ବାପା ବୋଉ


ଅ କହିଲା ଆ କୁ

ମୋ ପାଖକୁ ଆସ

ଧିରେ ଧିରେ ଆସ

ମୋ ପାଖରେ ବସ


ଆ କହିଲା ହର୍ସ୍ବ ଇ କୁ

ମୋ ପାଖକୁ ଆସ

କାନ ଧରି ଆସ

ମୋ ପାଖରେ ବସ


ଇ କହିଲା ଦୀର୍ଘ ଈ କୁ

ମୋ ପାଖକୁ ଆସ

ହସି ହସି ଆସ

ମୋ ପାଖରେ ବସ


ଈ କହିଲା ହର୍ସ୍ବ ଉ କୁ

ମୋ ପାଖକୁ ଆସ

ଡେଇଁ ଡେଇଁ ଆସ

ମୋ ପାଖରେ ବସ


ଉ କହିଲା ଦୀର୍ଘ ଊ କୁ

ମୋ ପାଖକୁ ଆସ

ଧାଇଁ ଧାଇଁ ଆସ

ମୋ ପାଖରେ ବସ


ଦୀର୍ଘ ଊ କହିଲା ଋ କୁ

ମୋ ପାଖକୁ ଆସ

ଅଣ୍ଟା ନଇଁ ଆସ

ମୋ ପାଖରେ ବସ


ଋ କହିଲା ଏ କୁ 

ମୋ ପାଖକୁ ଆସ

ନାଚି ନାଚି ଆସ

ମୋ ପାଖରେ ବସ


ଏ କହିଲା ଐ କୁ

ମୋ ପାଖକୁ ଆସ

ଖେଳି ଖେଳି ଆସ

ମୋ ପାଖରେ ବସ


ଐ କହିଲା ଓ କୁ

ମୋ ପାଖକୁ ଆସ

ମୂରୁକି ମୂରୂକି ହସି

ମୋ ପାଖରେ ବସ


ଓ କହିଲା ଔ କୁ

ମୋ ପାଖକୁ ଆସ

ଜିଭ କାଢି ଆସ

ମୋ ପାଖରେ ବସ


ଅ ଠାରୂ ଔ ଏକାଠି ହୂଅ

ଗୋଲ ଗୋଲ କରି

ଘୁରି ଘୁରି ଆସ

ଠୋ ଠୋ ହୋଇ ହସ


Rate this content
Log in

Similar oriya poem from Abstract