STORYMIRROR

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ସ୍ବପ୍ନ

ସ୍ବପ୍ନ

1 min
192


ସ୍ବପ୍ନ ସିନା ଦିଏ ମନେ ସମ୍ଭାବନା

ଜଗାଇ ରଖଇ ସୁପ୍ତି ରେ ଚେତନା ।

ଭାବୋଦ୍ମାଦେ କରେ ଚିତ୍ତ ବିମୋହିତ 

ମନେ ଭରେ ସରସତା ଓ ଲାଳିତ୍ୟ ।

ପୁର୍ଣ୍ଣ କରେ ପ୍ରାଣ ଭାବ ର ପ୍ଲାବନେ

ନବ ନବ ଆଶା ସଞ୍ଚାର ଜୀବନେ ।

ସ୍ବପ୍ନ ର ପ୍ରୟାସ ମାନ ଚିନ୍ତି ଚିନ୍ତି

ଆହରନ୍ତି ଜୀବ , ନବ , ନବ ବୃତ୍ତି ।

ଅନ୍ୱେଷଣ ପ୍ରକ୍ରିୟାକୁ ଦ୍ଵିଗୁଣିତ

 କରିବା ଦିଗରେ ଅଗ୍ରସର ସେ ତ ।

କରାଏ ଜୀବ ର ଜୀବନ ଚେତନା

ପ୍ରାଣେ ଦିଏ ଦିବ୍ୟ ଆଶା ଉଦ୍ଧିପନା ।

ଜୀବନ ସଂଗ୍ରାମ କରାଏ ପ୍ରଖର

ସଂଚରାଇ କେତେ ମଧୁମୟୀ ଧାର ।

ସେହି ପୁଣି କରେ ଆଶଙ୍କା ଜଡିତ

ଦୁଷ୍ଟ ପ୍ରାଣୀ ହୁଏ ତା ' ହେତୁ ପୀଡ଼ିତ ।

ଶାନ୍ତି ସନ୍ତୋଷ ର ପବିତ୍ର ଉତ୍ସାହ

ଦେଇ ଭରି ଦିଏ ପ୍ରତି ପ୍ରାଣୀ ଦେହ ।

 ଲଭେ ଆଶ୍ଵାସନା ଅଭୟ ସାନ୍ତ୍ଵନା

ସେହି ହିଁ କରାଏ ଉଦ୍ଧିପ୍ତ ଚେତନା ।


Rate this content
Log in

Similar oriya poem from Abstract