STORYMIRROR

Jyostna mishra

Classics

4  

Jyostna mishra

Classics

ସ୍ବପ୍ନ

ସ୍ବପ୍ନ

1 min
356


କିଛି ସ୍ବପ୍ନ ଆସେ ଅନ୍ଧାରରେ

ନିଦରେ ଭୂଲି ହୁଏ କିଛି,

କିଛି ମନରେ ଲେସି ହେଇଯାଏ 

ଆଉ ସ୍ବପ୍ନ ଭାସିଆସେ ସମୟ ଜୁଆରେ,

କିଛି ପୁଣି ଲୁଚେ ଦିଗ୍ ବଳୟେ,

କିଛି ଭୟରେ ବି ରହିଯାଏ ଅତୀତରେ ।।


ଭାଙ୍ଗି ଯାଏ ସ୍ବପ୍ନ କିଛି ଅଧୁରା ଭାବରେ

ଭିଜିଯାଏ ପୁରା ଦିନ ଆଖିର ଲୁହରେ,

ଖୋଲା ଆକାଶ ଫୁଙ୍ଗୁଳା ରାସ୍ତାରେ

କେହିମଧ୍ୟ ସ୍ବପ୍ନ ଦେଖିପାରେ,

କିନ୍ତୁ କେତେ ସ୍ବପ୍ନ ମିଳେଇ ବି ଯାଏ 

ସକାଳର ସୂର୍ଯ୍ୟ କିରଣରେ ।।


କିଛି ସ୍ବପ୍ନ ନା ଆଖି ଖୋଲି ଦେଖିହୁଏ,

ନା ଆଖି ଖୋଲି !!

ହସର ଅଭିନୟରେ ସ୍ବପ୍ନ ଲୁଚିଯାଏ

ହୃଦୟର କୋଣେ ଅନୁକୋଣେ ।।


କେତେବେଳେ ସ୍ବପ୍ନ ଆସେ

ଆଖିରେ ଆଖିରେ,

ଆଉ ସେଇଠି ବି ହଜିଯାଏ,

ସ୍ବପ୍ନ ବୁଣି ସ୍ମୃତି ସାଉଁଟିବା,

ନିଦରୁ ଉଠିବା

କିଛି ଆଶା ସହ ସକାଳରେ ହଜିବାରେ,

ସେ ଗୋଟେ ଅଲଗା କଳ୍ପନା

କାଳ୍ପନିକ କାହାଣୀ ମିଛ ସତ୍ୟ ସବୁ,

ସ୍ବପ୍ନର ରୂପ ନିଏ ।।


ସ୍ବପ୍ନ ଦେଖିବାକୁ ରାତିଟିଏ ଲୋଡା,

ଆଉ ଭରପୁର ଜୀବନ ଜୀଇଁବାକୁ

ସ୍ବପ୍ନ ଟିଏ,

ଚାଲ ସ୍ବପ୍ନ ଦେଖିବା,

ବୁଲିବା ସ୍ବପ୍ନ ରାଇଜ ରେ 

ଅନାବନା ଭାବନାରେ ମଜ୍ଜି ଯିବା,

ଖୁସିର ରଙ୍ଗ ଭରିନେବା ହୃଦୟରେ 

ଆଙ୍କି ଦେବା ତୂଳୀରେ ପୁରୁଣା ସ୍ମୃତି ସବୁ,

ଲୁଚିଯିବା ସ୍ବପ୍ନରେ ସେଇ ଅନ୍ଧାରରେ, 

ହୁଏତ କେବେ ପୁଣି ନିଜକୁ

ପାଇଯିବା ଆଶାରେ

କାହିଁକି ନା ସ୍ବପ୍ନ ପାଇଁ 

ରାତି ଲୋଡା,

ଆଉ ରାତି ପାଇଁ 

ସ୍ବପ୍ନଟିଏ ବି ଲୋଡା !!


Rate this content
Log in

Similar oriya poem from Classics