STORYMIRROR

Debadatta Jena

Romance Classics Thriller

3  

Debadatta Jena

Romance Classics Thriller

ସ୍ବପ୍ନ ସଂଗୀତ

ସ୍ବପ୍ନ ସଂଗୀତ

1 min
262


ସ୍ବପ୍ନ.. ରେ ସ୍ବପ୍ନ.. !


ଧୀରେ ଧୀରେ ଆସିଲୁ,ଆଖିତଳେ ଛପିଲୁ, 


ଦେହ ସାରା ମେଞ୍ଚେ ଚିହ୍ନ..!


ମନ.. ରେ ମନ..!


ଆସ୍ତେ ଆସ୍ତେ ହଜିଲୁ, ହୃଦୟରେ ବସିଲୁ, 


ମନ ସାରା ଯେତେ ପ୍ରଶ୍ନ ..!


କହୁ କହୁ କହିଦେଲୁ, ମନ କଥା କହିଦେଲୁ, 


ତୋ ଆଖିରେ ମିଠା ପ୍ରଶ୍ନ..? 


ଖୋଜୁ ଖୋଜୁ ଖୋଜୁଚି ମୁଁ, 


ପାଉଛି କି ନାହିଁ ଉତ୍ତର ମୁଁ, 


ଏ ହୃଦୟ ସୀମାହୀନ..? 


ଯତ୍ନ.. ରେ ଯତ୍ନ.. !


କହିବୁ କି କାହାକୁ, ଆସୁ କେବେ କେଉଁଠୁ, 


ସ୍ପନ୍ଦନେ ରାତି ଦିନ..!


ଚୁନା ଚୁନା ଯେତେ ତାରା ଫୁଲ, 


ସୁନା ସୁନା ଲାଗେ ମୋ ସପନ 


କିମିଆ କି ତୋ'ର ମନ..? 


ରତ୍ନ.. ରେ ରତ୍ନ.. !


କହି ଦେ ତୁ ପ୍ରିୟାକୁ,ମାଟିତଳେ କେବେଠୁଁ, 


ରହିଛୁ ତୁ କେତେ ଦିନ..? 


ମାଟି ତଳେ ନୀଡ଼ ତୋର 


ମନ ପ୍ରାଣେ କରୁ ଘର 


ଅସରନ୍ତି ତୋ ସ୍ମୃତି ଚିହ୍ନ..!


ମାଟିତଳେ ରହେ ରତ୍ନା,ତା'ସ୍ନେହରେ ମହୁ ବାସ୍ନା, 


ସେ ଯତ୍ନରେ ଆନମନା,ତା'ଆତ୍ମାରେ ରହେ ସିନା, 


ତା'ହୃଦୟ ସ୍ୱଚ୍ଛ ସୁବର୍ଣ୍ଣ..!


ସ୍ବପ୍ନ ହୋଇ ଆସୁଥାତୁ,ମନ ତଳେ ଲୋଟୁଥାତୁ,  


ଯତ୍ନ ଯେତେ ଭରୁଥାତୁ, ରତ୍ନ ହୋଇ ଲୁଚୁଥାତୁ, 


ଶବ୍ଦହୀନ ସ୍ବପ୍ନ ସଂଗୀତ..!!


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance