Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ସ୍ବପ୍ନ ସମାଚାର (୧)ସଂଜୟ କୁମାର ତ

ସ୍ବପ୍ନ ସମାଚାର (୧)ସଂଜୟ କୁମାର ତ

1 min
205


ସ୍ବପ୍ନ ସମାଚାର (୧)

ସଂଜୟ କୁମାର ତ୍ରିପାଠୀ

ସ୍ଵପ୍ନର ଇଲାକାରେ ଦେଖାହେଲେ ଗଂଗାଧର

କିଛିଟା ବିମର୍ଷ, ବିବ୍ରତ ବୋଧର ବୋଝରେ

ପଚାରିଲେ-ଏ କ’ଣ ମୋ ସ୍ୱପ୍ନର ସଂବଲପୁର ?

ଭାଇ ଭାଇ ମଧ୍ୟରେ ଯୁଦ୍ଧ-

ସର୍ବତ୍ର ହିଂସା ଓ ଆଂତକର ବାତାବରଣ

ଛାତ୍ରଛାତ୍ରୀ ମାନେ ନେଟ୍ ବ୍ରାଉଜିଂ ବା

ଚାନେଲ ସପିଂରେ ବ୍ୟତିବସ୍ତ

ଶିକ୍ଷକ ସଂକଟ ଦୂରେଇ ନେଉଛି ଗୁଣାତ୍ମକ ମାନ

ଭିତ୍ତିଭୂମିର ଅଭାବରୁ ଶିକ୍ଷାଦାନ ବିପର୍ଯ୍ୟସ୍ତ

ମୁଁ କହିଲି- ଆପଣଂକ ସ୍ବପ୍ନର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ସତ୍ୟ-

କିଂତୁ ବ୍ୟବସ୍ଥାର ଅଭାବରୁ ଏପରି ଅପସଂସ୍କୃତି

କ୍ରମଶଃ ଘୁଣଧରା କରି ଦେଉଛି ଏ ପୁଣ୍ୟ ପୀଠରେ ପରିସରକୁ

ଆଶା, ଆଗାମୀ ଜୟଂତୀରେ

ଅଡିଟୋରିୟମ୍ ପୂର୍ଣର୍ନ ହେବ ଛାତ୍ରଛାତ୍ରୀକ ମେଳିରେ

ସମସ୍ତେ ଅଂଶଗ୍ରହଣ କରିବେ ସମସ୍ତ ପ୍ରତିଯୋଗିତାରେ

ଆପଣ ମଧ୍ୟ ଆତ୍ମପ୍ରକାଶ କରିବେ ପତ୍ରିକାର ପ୍ରଚ୍ଛଦପଟରେ ।


Rate this content
Log in

Similar oriya poem from Classics