STORYMIRROR

Illa Kanungo Mohapatra

Inspirational

2  

Illa Kanungo Mohapatra

Inspirational

ସ୍ବପ୍ନ ମୋର ଉଜ୍ଜଳ

ସ୍ବପ୍ନ ମୋର ଉଜ୍ଜଳ

1 min
33


ସାଇତିରଖିଛି, 

ମୋ ଜୀବନର ସବୁ ସ୍ବପ୍ନକୁ 

ମୋ ଆଶାର ସିନ୍ଧୁକ ଭିତରେll


ମୋ ହୃଦୟର ପ୍ରତିଟି ସ୍ପର୍ଶରେ 

ଅଙ୍କୁରିତ ହୁଏ ସିଏ, 

ସଞ୍ଚାରିତ ହୁଏ ତା ଭିତରେ, 

ନୂଆ ଏକ ଜୀବନ ll


ନୀତି ଖୋଜେ ତାକୁ, 

ଫୁଟୁଥିବା ଫୁଲରେ, 

ଆକାଶର ତରାରେ ,


ଅନୁଭବ କରେ ତାକୁ, 

ପବନର ପ୍ରତ୍ୟେକ ସ୍ପର୍ଶରେ 

ବର୍ଷାର ଜଳ ବୁନ୍ଦାରେ ।।


ମୂର୍ଚ୍ଛିତ ହୁଏନି ସିଏ, 

ଭାଙ୍ଗି ପାରେନା ତାକୁ 

ହତାଶାର ହଳାହଳ ।।


ଆଶାର ଦୁଇ ଟୋପା ଜଳ ବୁନ୍ଦାରେ, 

ପ୍ରସ୍ଫୁଟିତ ହୋଇ ଉଠେ 

ସଂକଳ୍ପର ଅଗ୍ନି ଶିଖାରେ 

ପୁଣି ଥରେ ଜଳି ଉଠେ ।।


ଥାଇ ପାରେ ହାତ ମୁଠାରେ, 

ନିରାଶାର ମୁଠା ମୁଠା ପାଉଁଶ 

ଅନ୍ଧକାର ମୟ ଅମୁହାଁରାସ୍ତା ,


ହେଲେ ବି ସେ ଉଜ୍ଜ୍ୱଳ, 

ରହିଥିବ ଅନ୍ତିମ ପର୍ଯ୍ୟନ୍ତ

ଏମିତି ଉଜ୍ଜ୍ୱଳ ।।



Rate this content
Log in

Similar oriya poem from Inspirational